ମୁମ୍ବାଇ, ୪/୧୨ : ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ଆଗାମି ଫିଲ୍ମ ‘ଏବିସିଡି-୩’ ରେ ବଲିଉଡ ଅଭିନେତା ବରୁଣ ଧବନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ଏବିସିଡି-୩’ ସବୁଠାରୁ ହାଇ ବଜେଟଯୁକ୍ତ ଫିଲ୍ମ ହେବ ବୋଲି କୁହାଯାଉଛି । ଏହାକୁ ସିନେମା ଘରଗୁଡିକରେ ୪ ଡି ଏବଂ ଆଇମୌକ୍ସ ଫର୍ମାଟରେ ରିଲିଜ କରାଯିବ ବୋଲି ସୂଚନା ମିଳିଛି । ତେବେ ଖବର ମିଳୁଛି କି ଏହି ଫିଲ୍ମ ପାଇଁ ଅଭିନେତା ବରୁଣ ଧବନ ବଡ ରକମର ଧନରାଶି ଡିମାଣ୍ଡ କରୁଛନ୍ତି । ଏହି ଫିଲ୍ମ ପାଇଁ ବରୁଣ ୨୧ କୋଟି ଟଙ୍କା ଦାବି କରିଥିବା ସୂଚନା ମିଳିଛି । ଏହା ସହିତ ବରୁଣ ନିଜ ଜେନେରେସନର ସବୁଠାରୁ ମହଙ୍ଗା ଷ୍ଟାର ହୋଇଯାଇଛନ୍ତି । ବରୁଣଙ୍କ ପରେ ଏହି ଲିଷ୍ଟରେ ରଣବୀର ସିଂହ ଏବଂ ରଣବୀର କପୁରଙ୍କ ନାମ ଥିବା ଜଣା ପଡିଛି । ବରୁଣ ଧବନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନିତ ଫିଲ୍ମ ‘ଏବିସିଡି-୩’ କୁ ଆସନ୍ତା ବର୍ଷ ରିଲିଜ କରାଯିବ ।
