କେନ୍ଦ୍ରାପଡା,୨୫/୬ : ଯୁଗେ ଯୁଗେ ସ୍ୱାମୀଙ୍କ ସୁଖରେ ସୁଖୀ ଅବା ସ୍ୱାମୀଙ୍କ ଦୁଃଖରେ ଦୁଖୀ ହେଉଥିଲେ ପତ୍ନୀ l ବର୍ତ୍ତମାନ ପୁରୁଷ ପ୍ରଧାନ୍ୟ ପରିବାରର ଯୁଗ ବଦଳି ଗଲାଣି ଏବେ ସଭିଏଁ ସମlନ ଯୁଗରେ ପତି ଆଉ ପତ୍ନୀ ଙ୍କର ଦେବତା ରୂପେ ପୂଜା ପାଉନାହାଁନ୍ତି l ବରଂ ପତ୍ନୀ ହାତରୁ ମାଡ଼ ଖାଇ ଅନେକ ସମୟରେ ଗୁରୁତର ହେଉଛନ୍ତି ପତି ଦେବତା l ପତ୍ନୀର ପରକୀୟା ପ୍ରୀତିକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅଧୀନ ପୁରୁଷୋତ୍ତମ ପୁର ଗାଁର ରଞ୍ଜନ କୁମାର ସ୍ୱାଇଁଙ୍କ ପରିବାରରେ l ସ୍ୱାମୀ ଥାଉ ଥାଉ ରଞ୍ଜନଙ୍କ ପତ୍ନୀ ଅନ୍ୟ ଏକ ପୁରୁଷ ସହିତ ସମ୍ପର୍କ ରଖିବାରୁ ଅଧିକାଂଶ ସମୟରେ ପାରିବାରିକ କଳହ ଲାଗି ରହୁଥିଲା l
ଏପରିକି ସ୍ୱମୀ ପରକୀୟା ପ୍ରୀତି କୁ ବିରୋଧ କରିବାରୁ ଆକ୍ରୋଶର ବଶବର୍ତ୍ତୀ ହୋଇ ପତ୍ନୀ କାଠ ପିଢାରେ ସ୍ୱାମୀଙ୍କ ଶରୀରକୁ ସାରା ନିସ୍ତୁକ ପିଟିଥିଲେ l ପତ୍ନୀର ପାହାରରେ ସ୍ୱାମୀ ଅଚେତ ହୋଇତଳେ ପଡିଯାଇଥିଲେ l ବିଟପି ସ୍ତ୍ରୀ ସ୍ୱାମୀ ର ଏଭଳି ଅବସ୍ଥାରେ ମୁହଁ ଫେରାଇ ନେଇଥିଲେ l ଯାହାନେଇ ଏଭଳି ଘଟଣା ଦେଖି ଗାଁ ଲୋକେ ଆମ୍ବୁଲାନ୍ସ ଡାକି ଆହତ ରଞ୍ଜନକୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ l କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜନ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିବl କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଦେଖିବାକୁ ବାକି ରହିଲା ସଦର ଥାନା ପୋଲିସ ଅଭିଯୋଗକାରୀଙ୍କୁ କି ପ୍ରକାର ନ୍ୟାୟ ପ୍ରଦାନ କରୁଛି l