୧ ଜୁଲାଇରେ ବି ଶସ୍ତାରେ ମିଳୁଛି ଲୁହା-ସିମେଣ୍ଟ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଦେଶରେ ପ୍ରାୟ ଅଧିକାଂଶ ଅଞ୍ଚଳରେ ମୌସୁମୀ ଜନିତ ବର୍ଷା ଲାଗିରହିଛି । ଅନେକ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବଡ଼ ବଡ଼ ସହର ଜଳମଗ୍ନ ହୋଇ ରହିଛି । ଏହାର ପ୍ରଭାବ ନିର୍ମାଣ ସେକ୍ଟରରେ ବି ପଡୁଛି । ବର୍ଷା ଋତୁ ଆସିବା ମାତ୍ରେ ନିର୍ମାଣ ସାମଗ୍ରୀ ଯଥା- ବାଲି, ସିମେଣ୍ଟ ଆଦିର ଅଭାବ ଦେଖାଦେଉଛି । ଏହି କାରଣ ଯୋଗୁଁ ଦାମ୍ ବି ବଢ଼ିବାରେ ଲାଗିଛି । ଅବଶ୍ୟ ଘର ନିର୍ମାଣ ସାମଗ୍ରୀ ଏତେ ବି ବଢ଼ିନି । ଖାସକରି ଲୁହା ରଡ ଓ ସିମେଣ୍ଟ ଭଳି ସାମଗ୍ରୀଗୁଡ଼ିକ ୧ ଜୁଲାଇରେ ବି ନିଜ ପିକରୁ ଠିକ୍-ଠାକ୍ ଶସ୍ତାରେ ମିଳିଯାଉଛି ।

ଗତ ମାର୍ଚ୍ଚ-ଏପ୍ରିଲ ମାସରେ ଘର ନିର୍ମାଣ ସାମଗ୍ରୀର ଦର ଉଚ୍ଚସ୍ତରରେ ରହିଥିଲା । ଏହାପରେ ସିମେଣ୍ଟ, ଲୁହାଛଡ଼ର ଦାମ ଧୀରେଧୀରେ କମିଥିଲା । ଜୁନ ମାସ ପହିଲା ପର୍ଯ୍ୟନ୍ତ ଏହି ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଥିଲା । ଲୁହାଛଡ଼ର ମୂଲ୍ୟ ପାଖାପାଖି ଅଧା ହୋଇଯାଇଛି । ସାଧାରଣ ଭାବେ ବର୍ଷାର ଆଗମନ ପରେ ଇଟା ଓ ବାଲିର ଅଭାବ ପରିଲକ୍ଷିତ ହୋଇଥାଏ ।

ଗତ ମାର୍ଚ୍ଚ ମାସରେ କିଛି ସ୍ଥାନରେ ଲୁହାଛଡ଼ର ଦାମ୍ ଟନ୍ ପିଛା ୮୫ ହଜାର ଟଙ୍କା ରହିଥିଲା । ଜୁନ ମାସ ପହିଲାରେ ଏହି ଦର ଟନ୍ ପିଛା ୪୪ ହଜାରରେ ପହଞ୍ଚିଥିଲା । ବ୍ରାଣ୍ଡେଣ୍ଡ ଲୁହାଛଡ଼ର ଦାମ୍ ଟନ୍ ପିଛା ୮୦-୮୫ ହଜାର ରହିଥିଲା । ଗତ ମାର୍ଚ୍ଚ ମାସ ପହିଲାରେ ଏହି ଦର ଟନ୍ ପ୍ରତି ୧ ଲକ୍ଷ ଟଙ୍କା ରହିଥିଲା । ଗତବର୍ଷ ନଭେମ୍ବରରେ ଲୁହାଛଡ଼ ଦର ଟନ୍ ପ୍ରତି ୭୦ ହଜାର ରହିଥିବା ବେଳେ ଚଳିତ ବର୍ଷ ଜୁଲାଇ ପହିଲାରେ ଏହି ମୂଲ୍ୟ ୫୬ ହଜାରେ ପହଞ୍ଚି ଯାଇଛି ।

୧ ଜୁଲାଇରେ ଲୁହାଛଡ଼ର ମୂଲ୍ୟ ଦୁର୍ଗାପୁରରେ ୪୯ ହଜାର ରହିଛି । ସେହିପରି କୋଲକତାରେ ୪୯ ହଜାର ୫୦୦, ରାଉରକେଲାରେ ୫୩ ହଜାର ୫୦୦, ନାଗପୁରରେ ୫୧ ହଜାର ୫୦୦, ହାଇଦ୍ରାବାଦରେ ୫୨ ହଜାର ୨୦୦, ଗୁଜୁରାଟର ଭାବନଗରରେ ୫୬ ହଜାର ୫୦୦, ୟୁପିର ମୁଜାଫରନଗରରେ ୫୪ ହଜାର ୫୦୦, ୟୁପିର ଗାଜିଆବାଦରେ ୫୫ ହଜାର ୩୦୦, ମଧ୍ୟପ୍ରଦେଶର ଇନ୍ଦୋରରେ ୫୫ ହଜାର ୨୦୦, ଗୋଆରେ ୫୬ ହଜାର ୭୦୦, ମହାରାଷ୍ଟର ଜାଲନାରେ ୫୫ ହଜାର ୧୦୦, ପଞ୍ଜାବର ମଣ୍ଡ ଗୋବିନ୍ଦଗଡ଼ରେ ୫୬ ହଜାର ୫୦୦, ଚେନ୍ନାଇରେ ୫୭ ହଜାର, ଦିଲ୍ଲୀରେ ୫୬ ହଜାର ୯୦୦, ମୁମ୍ବାଇରେ ୫୪ ହଜାର ୮୦୦, କାନପୁରରେ ୫୮ ହଜାର ୫୦୦ ଛତିଶଗଡ଼ରେ ୫୨ ହଜାର ୫୦୦ ଟଙ୍କା ରହିଛି ।