ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ସମସ୍ୟାକୁ ଦୂର କରିବା ପାଇଁ ଅନେକ ଚେଷ୍ଟା ମଧ୍ୟ କରାଯାଇଥାଏ। ଅନେକ ସମୟରେ ଅଯଥା ଟଙ୍କା ଖର୍ଚ୍ଚ ହେବା ସହ ସଞ୍ଚୟ ହୋଇ ପାରିନଥାଏ। ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏଭଳି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଦ୍ୱାରା ଆର୍ଥିକ ସମସ୍ୟା ସହ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ସେପରି ଏକ ଜିନିଷ ହେଉଛି ଲୁଣ । ବାସ୍ତୁ ଶାସ୍ତ୍ରରେ ଲୁଣ ସହ ଜଡିତ ଅନେକ ଉପାୟ ରହିଛି।
ଅନେକ ଥର ଲଗାତାର ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଏକ କାଚ ଗ୍ଲାସରେ ପାଣି ଭର୍ତ୍ତି କରି ଲୁଣ ମିଶାନ୍ତୁ। ଏହାକୁ ଘରର ଦକ୍ଷିଣ-ପଶ୍ଚିମ କୋଣରେ ରଖନ୍ତୁ। ଶୁଭଫଳ ମିଳିଥାଏ।
ଘରେ ଧନ ବୃଦ୍ଧି ଓ ଉନ୍ନତି ପାଇଁ କାଚର ଏକ ପାତ୍ରରେ ଲୁଣ ଭର୍ତ୍ତି କରି ୪ ରୁ ୫ଟି ଲବଙ୍ଗ ମଧ୍ୟ ରଖନ୍ତୁ। ଏହାକୁ ଘରର ଏକ କୋଣରେ ରଖନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ହେବା ସହ ଆଶାନୁରୂପକ ସଞ୍ଚୟ ହୋଇଥାଏ।
ଘରର ଗାଧୁଆଘର ସହ ଜଡ଼ିତ ବାସ୍ତୁ ଦୋଷ ଥିଲେ, ଏକ ପାତ୍ରରେ ଲୁଣ ରଖି ଉଚ୍ଚ ସ୍ଥାନରେ ରଖି ଦିଅନ୍ତୁ। କିଛି ଦିନ ମଧ୍ୟରେ ଏହି ଲୁଣକୁ ବଦଳାନ୍ତୁ।
ଲୁଣ କେବଳ ଆର୍ଥିକ ସମସ୍ୟା ଦୂର କରେ ତାହା ନୁହେଁ ବରଂ ଏହା ସମ୍ପର୍କରେ ମଧ୍ୟ ମଧୁରତା ଭରିଥାଏ। ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ ବାସ୍ତୁ ଅନୁଯାୟୀ, ଏକ ପାତ୍ରରେ ଲୁଣ ରଖି ଶୟନ କକ୍ଷରେ ରଖନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏକ ମାସ ପରେ ଏହି ଲୁଣ ବଦଳାନ୍ତୁ। ଶୁଭଫଳ ମିଳିଥାଏ।
ତେବେ ଏହି ସମସ୍ତ ଉପାୟ ସହ ଘରକୁ ପୋଛିବା ସମୟରେ ସେହି ପାଣିରେ ଲୁଣ ମିଶାଇ ପୋଛନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
Next Post