ମଞ୍ଚରେ ବେହୋସ ହେଲେ ଗଡକରୀ

ଅହମ୍ମଦନଗର, ୭/୧୨: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ମହାରାଷ୍ଟ୍ରରର ଅହମ୍ମଦନଗରଠାରେ ଏକ କାର୍ଯ୍ୟକ୍ରମର ସମାବର୍ତ୍ତନ ସମୟରେ ହଠାତ୍‌ ଚେତାଶୂନ୍ୟ ହୋଇଯାଇଛନ୍ତି । କାର୍ଯ୍ୟକ୍ରମରେ ମଞ୍ଚରେ ଠିଆ ହୋଇଥିବା ବେଳେ ହଠାତ୍‌ ସେ ପଡିବା ଅବସ୍ଥାକୁ ଚାଲିଆସିଥିଲେ । ଏହି ସମୟରେ ତାଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ ତାଙ୍କୁ ତୁରନ୍ତ ଧରି ନେଇଥିଲେ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି, ସୁଗର ଲେବଲ କମ ଥିବା କାରଣରୁ ମୁଁ ଅଚେତ ହୋଇ ପଡିଥିଲି । କି;ୁ ବର୍ତ୍ତମାନ ଠିକ ଅଛି । ମୋର ସମସ୍ତ ଶୁଭଚିନ୍ତକଙ୍କୁ ଅନେକ ଅନେକ ଧନ୍ୟବାଦ । ସୂଚନାଯୋଗ୍ୟ ମହାରାଷ୍ଟ୍ରର ଅହମ୍ମଦନଗରଠାରେ ମହାତ୍ମା ଫୁଲେ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଅତିଥି ଭାବରେ ଆମନ୍ତ୍ରଣ କରାଯାଇଥିଲା । ମଞ୍ଚରେ ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ତାଙ୍କ ନିକଟରେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ବେହୋସ ହେବାକୁ ଲାଗିଲା ବେଳେ ରାଜ୍ୟପାଳ ତାଙ୍କୁ ସମ୍ଭାଳି ନେଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।