ଏକଜିଟ ପୋଲ ପ୍ରଭାବ, ୬୦୦ରୁ ଅଧିକ ଅଙ୍କ ଖସିଲା ସେନସେକ୍ସ

ନୂଆଦିଲ୍ଲୀ,୧୦/୧୨: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏହାର ପ୍ରଭାବ ସେମବାର ସେୟାର ମାର୍କେଟରେ ଦେଖିବାକୁ ମିଳିଛି ବିଜେପିକୁ ମିଳିଥିବା କଡା ଟକ୍କର ଓ ତିନୋଟି ରାଜ୍ୟରେ କଂଗ୍ରେର କ୍ଷମତାକୁ ଆସିବା ଅନୁମାନ କରାଯିବା କାରଣରୁ ସେୟାର ମାର୍କେଟର ସେନ୍ସକ୍ସ ୬୦୦ରୁ ଅଧିକ ଖସିବାର ଦେଖିବାକୁ ମିଳିଥିଲା । ସେହିଭଳି ଟଙ୍କା ମଧ୍ୟ ୫୪ ପଇସା ଖସିଛି । ବର୍ତମାନ ସେନ୍ସକ୍ସ ୫୮୮ଅଙ୍କକୁ ଖସିବା ସହିତ ୩୫୦୮୪ ରେ କାରବାର କରିଛି । ସେହିଭଳି ନିଫ୍ଟ ମଧ୍ୟ ୧୭୮ ଅଙ୍କ ଖସିବା ସହିତ ୧୦୫୧୪ରେ କାରବାର କରିଥିବାର ଦେଖା ଯାଇଛି । ଇଣ୍ଡିଆ ବୁଲସ ହାଉସିଂ ଫାଇନାନ୍ସ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଆଦାନୀ ପୋଟର୍ସ, ଓ ମହିନ୍ଦ୍ରା ଏଣ୍ଡ୍‌ ମହିନ୍ଦ୍ରାର ଶେୟାର ମୂଲ୍ୟ ଆଶାତୀତ ହ୍ରାସ ପାଇଥିବା ଜଣାପଡ଼ିଛି।

ତୈଳ ରପ୍ତାନୀକୁ ନେଇ ଆମେରିକା-ଚୀନ୍ ମଧ୍ୟରେ ବିବାଦ, କାନାଡରେ ହାୱାଇ କମ୍ପାନୀର ସିଏଫ୍ଓଙ୍କୁ ଗିରଫ ଓ ଭାରତରେ ବିଧାନସଭା ନିର୍ବାଚନ ବଜାରକୁ ଶେୟାର୍‌ ମାର୍କେଟ୍‌କୁ ପ୍ରଭାବିତ କରିଥିବା ମାର୍କେଟ ଏକ୍ସପର୍ଟ କହିଛନ୍ତି। ଡଲାର ତୁଳାନାରେ ଟଙ୍କାର ଆରମ୍ଭ ଆଜି ତଳକୁ ଖସି ହୋଇଛି । ଟଙ୍କା ଆଜି ୫୪ ପଇସା ଖସି ୭୧.୩୪ ସ୍ଥରରେ ପହଂଚିଛି ।