ଭୁବନେଶ୍ୱର, ୧୨/୧୨: ନିୟମିତ ଅନ୍ତରାଳରେ ବିଦେଶକୁ ଦାଦନ ଖଟିବାକୁ ଯାଇ ଓଡ଼ିଆମାନେ ଅଡୁଆ ପରିସ୍ଥିତିର ସାମ୍ନା କରୁଥିବାର ଶୁଣିବାକୁ ମିଳୁଛି । ତେବେ ନିକଟରେ ଓମାନରେ ୧୭ ଓଡ଼ିଆ ଶ୍ରମିକ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୮ ଜଣ ଗଞ୍ଜାମ ଜିଲ୍ଲାର ଆସିକା, କୋଦଳା ଓ ଛତ୍ରପୁରରୁ ହୋଇଥିବା ବେଳେ ଆଉ ୯ ଜଣ ଭୁବନେଶ୍ୱର ଓ ବାଲେଶ୍ୱରର ବୋଲି ଜଣାପଡ଼ିଛି ।
ଏହି ଶ୍ରମିକମାନେ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାର ସହଯୋଗରେ ସେଠାକୁ କାମ କରିବାକୁ ଯାଇଥିଲେ । ସେଠାରେ ସେମାନେ ଜେ ଆଣ୍ଡ ପି କମ୍ପାନୀରେ କାମ କରୁଥିଲେ । ହେଲେ କିଛି ମାସ ହେବ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଭଲ ଭାବେ ଖାଇବାକୁ ଦେଉ ନଥିବା ବେଳେ ଚିକିତ୍ସା ସୁବିଧା ବି ଦେଉ ନାହାନ୍ତି । ଏମିତିକି କମ୍ପାନୀ ୫ ମାସ ହେବ ଶ୍ରମିକଙ୍କୁ ଦରମା ଦେଇ ନାହିଁ । ଏଥିସହ ସେମାନଙ୍କୁ ପାସପୋର୍ଟ ଓ ଭିସା ବି ଫେରାଉ ନାହାନ୍ତି । ଫଳର ସମସ୍ତେ ଏକତ୍ର ହୋଇ କମ୍ପାନୀ ସମ୍ମୁଖରେ ଧାରଣା ଦେଇଥିଲେ । ହେଲେ ସ୍ଥାନୀୟ ପୋଲିସ ସେମାନଙ୍କୁ ବିଝାଶୁଝା କରି ଧାରଣାରୁ ବିରତ କରିଛି । ତେବେ ଏମାନେ ଚାହିଁଲେ ବି ନିଜ ଦେଶକୁ ଫେରିପାରୁ ନାହାନ୍ତି ।
Prev Post
Next Post