ଡିସେମ୍ବର ୨୭ରୁ ଆଫ୍‌ଗାନିସ୍ତାନ ପ୍ରିମିୟର ଲିଗ୍‌

ଦୁବାଇ :  ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଫ୍‌ଗାନିସ୍ତାନ ପ୍ରିମିୟର ଲିଗ୍‌ (ଏପିଏଲ୍‌) ଡିମେସମ୍ବର ୨୭ରୁ ଆରମ୍ଭ ହେବ। ଏଥିରେ ୩ଟି ଦଳ ଭାଗନେବେ। ଏହି ୩ଟି ଦଳ ହେଲେ ଆକ୍ସେଲ୍‌ ୟୁନାଇଟେଡ୍‌ କାବୁଲ, ବଲ୍‌ଖ ଜ୍ବାନାନ୍ ଓ କାନ୍ଦାହାର ୱାରିଅର୍ସ। ତେବେ ଏପିଏଲ୍‌ର ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବ। ଗତବର୍ଷ ଡିସେମ୍ବରରେ ଏପିଏଲ୍‌ ଆୟୋଜନ ନେଇ ଆଫ୍‌ଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଘୋଷଣା କରିଥିଲା। ଏବେ କେବଳ ୩ଟି ପ୍ରତିଯୋଗୀ ଦଳ ଏବଂ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା ହୋଇଥିବା ବେଳେ ଆଗକୁ ଟୁର୍ଣ୍ଣାମେଣ୍ଟ ଖେଳସୂଚୀ ଘୋଷଣା କରାଯିବ। ମଙ୍ଗଳବାର ଏକ ସ୍ବତନ୍ତ୍ର ଉତ୍ସବରେ ଟୁର୍ଣ୍ଣାମେଣ୍ଟ ଉନ୍ମୋଚନ କରା ଯାଇଥିଲା। ଅଗଷ୍ଟ ୩୦ରୁ ଖେଳାଳିଙ୍କ ପଞ୍ଜିକରଣ ଆରମ୍ଭ ହେବ। ସେପ୍ଟେମ୍ବର ୨୭ରେ ବିଭିନ୍ନ ଦଳରେ ଖେଳାଳିଙ୍କୁ ସାମିଲ କରାଯିବ।