ବଜ୍ରକାପ୍ତା ଚାଲାଣ ରାକେଟର ୭ ଗିରଫ

ମାଲକାନଗିରି, ୧୩/୧୨ : ମାଲକାନଗିରି ବନବିଭାଗ ଦ୍ୱାରା ଏକ ଚୋରା ବନ୍ୟଜନ୍ତୁ ଚାଲାଣକାରୀ ରାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଛି । ମାଲକାନଗିରି ବନ ବିଭାଗଛ ଏମଭି-୧୦ ଗ୍ରାମରେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଜଣେ ଶିକ୍ଷକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ମାଲକାନଗିରି ଜିଲ୍ଲାରୁ ବହୁ ସଂଖ୍ୟାରେ ବନ୍ୟଜ;ୁ ରାଜ୍ୟ ବାହାରକୁ ଚୋରା ଚାଲାଣ ଦୀର୍ଘଦିନ ହେଲା ଚାଲିଛି । ସ୍ଥାନୀୟ ଶିକାରୀଙ୍କୁ ଯୋଗାଯୋଗ କରି ରାଜ୍ୟ ବାହାର ମାଫିଆ ଏହି କାମ କରୁଛନ୍ତି । ସ୍ୱଳ୍ପ ମୂଲ୍ୟରେ ଏଠାରୁ ଜୀବନ୍ତ ବନ୍ୟଜ;ୁ ସଂଗ୍ରହ କରିବା ପରେ ତାହାକୁ ଦେଶ ବାହାରକୁ ଲକ୍ଷାଧିକ ଟଙ୍କାରେ ଚୋରା ଚାଲାଣ କରାଯାଉଛି । ଏପରିକି ବେଳେ ବେଳେ ବନ୍ୟଜ;ୁଙ୍କୁ ଧରିବା ସମୟରେ ମରିଗଲେ ଚମଡ଼ା, ହାଡ଼, ଦାନ୍ତ, ନଖ ଆଦି ବିକ୍ରି କରାଯାଉଛି । ବଜ୍ରକାପ୍ତା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଏମଭି-୪୭ ଗ୍ରାମର ଗୋକୁଳନନ୍ଦ ମିସ୍ତ୍ରୀ, ଦୁଗାଲି ଗ୍ରାମର କମଲ ଲୋଚନ ମାଢି, ଲୁଲେର ଗ୍ରାମର ପିତମ ହରିଜନ, ସିନ୍ଧିଗୁଡା ଗ୍ରାମର ହରିବନ୍ଧୁ କମାରି, ସିନ୍ଧାବେଡାର ସମନ୍ଧ ପୂଜାରୀ, ପୁରଣାଗୁଡାର ଘାସିରାମ ପୂଜାରୀ ଏବଂ ଏମଭି-୧୦ ଗ୍ରାମର ପଙ୍କଜ ସରକାର । ଏମାନଙ୍କ ରାକେଟ୍‌ରେ ଆଉ କିଏ ଅଛି କି ନାହିଁ ସେଥିନେଇ ବନବିଭାଗ ଓ ପୋଲିସ ତଦନ୍ତ ଜାରି ରଖିଛି ।