କିଭ୍: ଗତ ୧୦ ମାସ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ମଧ୍ୟରେ ଋଷ ଯୁଦ୍ଧ ବନ୍ଦ ନକରିବାକୁ କହିଛି । ଶୁକ୍ରବାର ୠଷ ପୁଣି ଥରେ ୟୁକ୍ରେନ ଉପରେ ୬୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଏହି ଆକ୍ରମଣ ଯୋଗୁଁ ୟୁକ୍ରେନରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କିଭ୍ର ଅନେକ ଘର ଧ୍ୱଂସାବଶେଷରେ ପରିଣତ ହୋଇଥିଲା ।
ୟୁକ୍ରେନରେ ହୋଇଥିବା ଆକ୍ରମଣ ଯୋଗୁଁ ସହରରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଛି ବୋଲି କିଭ୍ର ମେୟର ସୂଚନା ଦେଇଛନ୍ତି । ସହରରେ ଜଳ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ମିଳିତ ଜାତିସଂଘର ମାନବାଧିକାର କମିଶନର ଭୋଲକର ତୁର୍କ ଗୁରୁବାର ଚେତାବନୀ ଦେଇଛନ୍ତି ଯେ ବିଦ୍ୟୁତ୍ ସୁବିଧା ଉପରେ ଅଧିକ ଆକ୍ରମଣ ସେଠାରେ ସ୍ଥିତିକୁ ଆହୁରି ଖରାପ କରିପାରେ ଏବଂ ଅଧିକ ବିସ୍ଥାପିତ ହୋଇପାରେ ।
ସେ ସୋସିଆଲ ମିଡିଆରେ ଲୋକଙ୍କୁ କହିଛନ୍ତି ଯେ ଏହି ଆକ୍ରମଣ ଶକ୍ତି ସମ୍ବଳରେ ବ୍ୟାପକ କ୍ଷତି ଘଟାଇଛି । ରାଜଧାନୀର ସମସ୍ତ ଅଞ୍ଚଳରେ ଜଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଏଥିସହ ସମସ୍ତ ମେଟ୍ରୋ ଲାଇନ ସାମୟିକ ଭାବେ ବନ୍ଦ ହୋଇଯାଇଛି । ୟୁକ୍ରେନର ପ୍ରଧାନମନ୍ତ୍ରୀ ଡେନିସ୍ ଶିମିହଲ ଏହି ସପ୍ତାହରେ କହିଛନ୍ତି ଯେ ଋଷ୍ “ସମସ୍ତ ତାପଜ କେନ୍ଦ୍ରକୁ ନଷ୍ଟ କରିଦେଇଛି ଏବଂ ସହରରେ ବ୍ୟାପକ ବ୍ଲାକଆଉଟ୍ ଏବଂ ଜଳ ଯୋଗାଣରେ ବାଧା ସୃଷ୍ଟି କରିଛି ।