ଢେଙ୍କାନାଳ :ପ୍ରାର୍ଥନା ଚାଲିଥିବା ବେଳେ ହଠାତ୍ ଟଳିପଡିଲେ ଛାତ୍ର । ଆଉ କେହି କଣ ଭାବିବା ପୂର୍ବରୁ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଛାତ୍ର ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହରର ଉପକଣ୍ଠ ବୋରାପଦା ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ର ବା ଆଇଟିଆଇରେ । ମୃତ ଛାତ୍ରଜଣଙ୍କ ପ୍ରଥମ ବର୍ଷର ଅଭିଜିତ ଦାସ ବୋଲି ଜଣାପଡିଛି ।
ମୃତ ଅଭିଜିତଙ୍କର ଘର କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ସରଦେଇପୁର । ତେବେ ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ଡାକ୍ତରଖାନାରେ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ । ତେବେ ପିଲାମାନଙ୍କର ପ୍ରାର୍ଥନା ଚାଲିଥିବା ବେଳେ ଅଚାନକ ସେ ଖସି ପଡିଥିଲେ ଓ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତି କରିଥିବା ଆଇଟିଆଇ ପକ୍ଷରୁ କୁହାଯାଇଛି ।