ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ଓ୍ଵେବ୍‌ ସାଇଟ୍‌ ଉନ୍ମୋଚିତ

କେନ୍ଦ୍ରାପଡା,୨୧/୧୨ : ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ web site www.sribaladevjewkendrapara.org ଆଜି ଉନ୍ମୋଚିତ ହୋଇଛି l ବଳଦେବଜୀଉଙ୍କ ରଥଦାଣ୍ଡରେ ଥିବା ଯାତ୍ରୀ ନିବାସରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ୍ବେବ୍‌ ସାଇଟ୍‌କୁ ଉନ୍ମୋଚନ କରିବା ସହିତ ଏହି ଓ୍ବେବ୍‌ସାଇଟ୍‌ ଜରିଆରେ ସମଗ୍ର ବିଶ୍ଵରେ ବଳଦେବ ସଂସ୍କୃତିର ପ୍ରଚାର ପ୍ରସାର ହୋଇ ପାରିବ ବୋଲି କହିଥିଲେ l

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ ଓ ସେବାୟତ ବଳରାମ ସୁଆର ଯୋଗଦେଇ ମନ୍ଦିର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ l ପ୍ରମେୟ ଭୁବନେଶ୍ବର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, ସେବାୟତ, ବୁଦ୍ଧିଜୀବୀ ଯୋଗଦେଇଥିଲେ l ଶେଷରେ କାଳୀ ପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ l

 

SBI AD