ଜାନୁଆରୀ ୧୬ ଓ ୧୭ ରେ ହେବ ବିଜେପିର ଜାତୀୟ କାର୍ଯ୍ୟକାରଣୀ ବୈଠକ

ନୂଆଦିଲ୍ଲୀ, ୩/୧: ଭାରତୀୟ ଜନତା ପାର୍ଟି ଜାନୁଆରୀ ୧୬ ଓ ୧୭ ତାରିଖରେ ରାଜଧାନୀ ଦିଲ୍ଲୀରେ ଜାତୀୟ କାର୍ଯ୍ୟକାରଣୀ ବୈଠକ ହେବାକୁ ଯାଉଛି । ପାର୍ଟିର ମୁଖ୍ୟ ସାଙ୍ଗଠନିକ ସଂସ୍ଥାର ବୈଠକରେ ବିଭିନ୍ନ ରାଜ୍ୟଙ୍କ ଆଗାମୀ ବିଧାନସଭା ନିର୍ବାଚନ ଲାଗି ରଣନୀତି ଉପରେ ବିଚାର ହୋଇପାରେ। ଏହା ଛଡା ଆଗାମୀ ବର୍ଷ ହେବାକୁ ଥିଲା ଲୋକସଭା ନିର୍ବାଚନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯିବ। ଦଳୀୟ ମୁଖ୍ୟ ହିସାବରେ ନଡ୍ଡାଙ୍କ ୩ ବର୍ଷର କାର୍ଯ୍ୟକାଳ ଚଳିତମାସ ଶେଷରେ ପୁରା ହେବାକୁ ଯାଉଛି। ଏଣୁ ଆଖି ଆଗରେ ନିର୍ବାଚନକୁ ଦେଖି ନଡ୍ଡାଙ୍କ କାର୍ଯ୍ୟକାଳ ବଢାଯାଇପାରେ ବୋଲି ଆକଳନ କରାଯାଉଛି।

୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ହାଇକମାଣ୍ଡ ସରକାର ଓ ସଙ୍ଗଠନ ଉଭୟକୁ ଅଧିକ ଯୁବ, ସକ୍ରିୟ ଓ ସମାବେସ କରିବାକୁ ଚାହୁଁଛନ୍ତି। ଯେଉଁଥିରେ ନିର୍ବାଚନୀ ରାଜ୍ୟର ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ।