ଟେନିସରୁ ଅବସର ନେବେ ସାନିଆ ମିର୍ଜା: ଜାଣନ୍ତୁ କେବେ ?
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜ ପ୍ରୋଫେସନାଲ ଟେନିସ ଖେଳକୁ ଅଲବିଦା କହିବାକୁ ଯାଉଛନ୍ତି। ଡବଲ୍ସରେ ବିଶ୍ୱରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ସାନିଆଙ୍କୁ ଆଉ ଖେଳିବାକୁ ଦେଖିବାକୁ ମିଳିବ ନାହିଁ। ସେ କହିଛନ୍ତି ଯେ ଦୁବାଇରେ ଟେନିସ୍ ଚାମ୍ପିଅନସିପ୍ (WTA 1000) ରେ ଶେଷ ଥର ଶେଷ ଥର ସେ ଖେଳିବେ। WTA 1000 ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହେବ । ଏହିସମୟରେ ସାନିଆ ନିଜ ସନ୍ନ୍ୟାସ ନେଇ ଘୋଷଣା କରିବେ।ମହିଳା ଟେନିସ୍ ଆସୋସିଏସନ୍ (ଡବ୍ଲୁଟିଏ) ର ୱେବସାଇଟକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସାନିଆ ମିର୍ଜା ନିଜର ଅବସର ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ସାନିଆ ଶେଷ ମ୍ୟାଚ ଦୁବାଇ ଚାମ୍ପିଅନସିପରେ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ୧୯ ଫେବୃୟାରୀରେ ହେବ । ସାନିଆ wtatennis dot com ରେ କଥା ହେଉଥିବା ସମୟରେ କହିଛନ୍ତି ‘ମୁଁ ପୂର୍ବ ବର୍ଷ ଅବସର ନେବି ବୋଲି ପ୍ଲାନ କରିଥିଲି । ହେଲେ ଡ଼ାହଣ କହୁଣୀ ଆଘାତ ହେବା କାରଣରୁ ୟୁଏସ ଓପନ ଏବଂ ବାକି ଟୁର୍ଣ୍ଣାମେଣ୍ଟରେ ନାମ ଫେରେଇବାକୁ ପଡ଼ିଥିଲା ।’ ପୁଣି ସାନିଆ କହିଛନ୍ତି ଯେ, ମୁଁ ଜଣେ ବ୍ୟକ୍ତି ଯିଏ ନିଜ ସର୍ତ୍ତରେ ବଞ୍ଚିବାକୁ ପସନ୍ଦ କରିଥାଏ । ଏହି ଆଘାତ କରାଣରୁ ବାହାରକୁ ଯିବାକୁ ଚାହୁଁନଥିଲି ଏବଂ ବର୍ତ୍ତମାନ ମୁଁ ଟ୍ରେନିଂ ନେଉଛି । ଦୁବାଇ ଟେନିସ୍ ଚାମ୍ପିଅନସିପ ପରେ ମୁଁ ଅବସର ନେବା ପାଇଁ ଯୋଜନା ପ୍ରସ୍ତୁତ କରୁଛି ।
ସେହିପରି ସାନିଆ ମିର୍ଜା ମଧ୍ୟ ତାଙ୍କର ଅବସରକାଳିନ ଭବିଷ୍ୟତ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ସେ ଗତ ଦଶନ୍ଧି ଧରି ଦୁବାଇରେ ରହୁଛନ୍ତି। ସେଠାରେ ଥିବାବେଳେ ସେ ଦୁବାଇରେ ଟେନିସ୍ ଟ୍ରେନିଂରେ କାମ କରିବେ ବୋଲି କହିଛନ୍ତି। ସାନିଆ ମିର୍ଜା ତାଙ୍କ ସ୍ୱାମୀ ଶୋଏବ ମଲିକଙ୍କ ସହ ଦୁବାଇରେ ରୁହନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାର ଖବର ମଧ୍ୟ ଆସିଛି। ହେଲେ ବିବାହ ବିଚ୍ଛେଦକୁ ନେଇ ଉଭୟ କେବେ ବି ଔପଚାରିକ ଭାବେ ଘୋଷଣା କରିନାହାଁନ୍ତି।
