ଗୋଡ଼ ହଲାଇବା ଏହି ରୋଗର ଲକ୍ଷଣ: ଜାଣନ୍ତୁ ବର୍ତ୍ତିବାର ଉପାୟ

କିଛି ଲୋକ ସେମାନଙ୍କର ମନ ସ୍ଥିର କରିବାକୁ ଗୋଡ ହଲାନ୍ତି ତ ଆଉ କିଛି ଲୋକ ନିଜ ମନ ବିଚଳିତ ହେଲେ ଏପରି କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା ମଧ୍ୟ କିଛି ରୋଗର ସଙ୍କେତ ହୋଇପାରେ? ଆସନ୍ତୁ ଜାଣିବା ଏପରି କରିବାର ଲକ୍ଷଣ କ’ଣ ହୋଇପାରେ। ବେଳେବେଳେ କାମ କରିବାବେଳେ ଆମେ ଆମର ମନକୁ ଆମର କାର୍ଯ୍ୟରେ ଧ୍ୟାନ ରଖିବା ପାଇଁ ଏପରି କିଛି କାର୍ଯ୍ୟକଳାପ କରିଥାଉ ଯାହା ଦ୍ଵାରା ଆମର ଧ୍ୟାନ ସେହି କାର୍ଯ୍ୟ ଆଡ଼କୁ ଯାଇଥାଏ। ଏକାସାଙ୍ଗରେ, କିଛି ଲୋକ ସେମାନଙ୍କର ମନ ସ୍ଥିର କରିବା ପାଇଁ ସେମାନଙ୍କର ଗୋଡ଼ ହଲାଇ ଥାନ୍ତି। ଯାହାକୁ ଅଞ୍ଜାଇଟି ମଧ୍ୟ କୁହାଯାଏ।

ବସିବା ସମୟରେ ଗୋଡ ହଲାଇବା କହିବାକୁ ଗଲେ ଚିନ୍ତାର କାରଣ ଅଟେ। ଏହାର ଆହୁରି ଅନେକ କାରଣ ଥାଇପାରେ, କିନ୍ତୁ ଏହାର ଗୋଟିଏ ପ୍ରଥମ କାରଣ ହେଉଛି ଚିନ୍ତା। ଏହି ଲେଗ୍ ସିଣ୍ଡ୍ରୋମ ମଧ୍ୟ କୁହାଯାଏ। ଯାହା ପ୍ରାୟ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖିବାକୁ ମିଳେ। ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ସ୍ନାୟୁ ସହିତ ଜଡିତ। ଏହି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କଠାରେ ଦେଖାଯାଏ।

ଲେଗ୍ ସିଣ୍ଡ୍ରୋମ ହେଉଛି ଏପରି ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତି ବସିବା ସମୟରେ ଓ ଶୋଇବା ସମୟରେ ହଠାତ୍ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ ଗୋଡ଼ ହଲାଇବା ଆରମ୍ଭ କରନ୍ତି। ଯେତେବେଳେ ଏହି ଯନ୍ତ୍ରଣାଦାୟକ ଅବସ୍ଥା ବାରମ୍ବାର ଘଟେ, ଏହାକୁ ଲେଗ୍ ସିଣ୍ଡ୍ରୋମ କୁହାଯାଏ। ଶରୀରରେ ଲୌହ ବା ଆଇରନ ଅଭାବ ହେତୁ ଏହି ସମସ୍ୟା ମଧ୍ୟ ହୋଇପାରେ। ଯଦିଓ ଏହି ସିଣ୍ଡ୍ରୋମର ପ୍ରକୃତ କାରଣ କହିବା କଷ୍ଟକର କିନ୍ତୁ ବେଳେବେଳେ ଏହା ଜେନେଟିକ୍ ମଧ୍ୟ ହୋଇପାରେ। ଅନେକ ଥର ମା’ କିମ୍ବା ବାପାଙ୍କ ଘରେ ଏହି ସମସ୍ୟା ଥାଏ, ଯାହା ପିଲାମାନଙ୍କଠାରେ ହେବାର ସମ୍ଭାବନା ଥାଏ। ତେବେ ଏହି ସିଣ୍ଡ୍ରୋମକୁ ଭଲ କରିବା ପାଇଁ ଫିଜିଓଥେରାପି ଚିକିତ୍ସା ନିଆଯାଇପାରେ। ଏହା ବ୍ୟତୀତ, ଏହି ସିଣ୍ଡ୍ରୋମକୁ ମସଲ ଷ୍ଟ୍ରେଚିଙ୍ଗ କରି ମଧ୍ୟ ଠିକ୍ କରାଯାଇପାରିବ ।

SBI_Festive_Digital Billboard