ନୂଆଦିଲ୍ଳୀ,୧୩/୧: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ଦୁନିଆର ସବୁଠୁ ଲମ୍ବା କ୍ରୁଜ୍ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ସବୁଜ ପତାକା ଦେଖାଇବା ପରେ ଏହି କ୍ରୁଜ୍ ୩୧ ଯାତ୍ରୀଙ୍କ ସହ ବାରଣାସୀର ରବିଦାସ ଘାଟରୁ ଯାତ୍ରା ଆରମ୍ଭ କରିଛି। ସବୁ ଯାତ୍ରୀ ୫୧ ଦିନର ଯାତ୍ରାରେ ବାହାରିଛନ୍ତି। ଏହି ସମୟରେ କ୍ରୁଜ୍ ୫୦ ସ୍ଥାନ ଦେଇ ଗସ୍ତ କରିବ। ଏଥିରେ ପର୍ଯ୍ୟଟକଙ୍କୁ କେବଳ ଗଙ୍ଗା କୂଳକୁ ଉପଭୋଗ କରିବେନି, ବରଂ ଏଠାକାର ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳିବ। ଏହି କ୍ରୁଜ୍ ୩୨୦୦ କିଲୋମିଟର ଯାତ୍ରା କରିବ।
‘ଗଙ୍ଗା ବିଳାସ’ ୟୁପି, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବାଙ୍ଗଲାଦେଶ ହୋଇ ଡିବ୍ରୂଗଡ଼ ପର୍ଯ୍ୟନ୍ତ ଯିବ। ଏହି ଯାତ୍ରା ଦ୍ବାରା କେବଳ ପର୍ଯ୍ୟଟନ ନୁହେଁ ବରଂ ବ୍ୟବସାୟ ରାସ୍ତା ଖୋଲିବ। ଗଙ୍ଗା ବିଳାସ କ୍ରୁଜ୍ରେ ଜିମ୍, ସ୍ପା ସେଣ୍ଟର, ଲେକ୍ଚର ହାଉସ, ଲାଇବ୍ରେରୀ ଅଛି। ୪୦ କ୍ରୁ ମେମ୍ବର ମଧ୍ୟ କ୍ରୁଜ୍ରେ ରହିଛନ୍ତି। ଗଙ୍ଗା ବିଲାସ କ୍ରୁଜ୍ରେ ଯାତ୍ରୀଙ୍କୁ ୫ ଷ୍ଟାର ସୁବିଧା ଦିଆଯିବ। କ୍ରୁଜ୍ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଦିନକୁ ୨୫ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ।
