ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଅଟଳ ବିହାରୀ ବାଜପାୟୀଙ୍କୁ ଭର୍ତ୍ତି କରାଯାଇଛି । ଭାରତର ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏବେ ୯୩ ବର୍ଷ ବୟସ। ଦୀର୍ଘ ବର୍ଷ ଧରି ଅସୁସ୍ଥ ସେ ରହିଥିବାବେଳେ ସୋମବାର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ କୁହାଯାଇଛି।
ବାଜପାୟୀ ପ୍ରଥମ ବିଜେପି ନେତା ଭାବେ ୧୯୯୬ ମସିହାରେ ଭାରତର ଦଶମ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କର ଆଶୁ ଆରୋଗ୍ୟ ପାଇଁ ବିଭିନ୍ନ ମହଲରେ ପ୍ରାର୍ଥନା ଚାଲିଛି ।
Prev Post
Next Post