ଆଜିଠାରୁ ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ, ୧୬/୧: ଭାରତୀୟ ଜନତା ପାର୍ଟି ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ଆଜିଠାରୁ ଆରମ୍ଭ ହେବ । ଦିଲ୍ଲୀରେ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦଳ ନେଇପାରେ ନିଷ୍ପତ୍ତି ।

ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି ନଡ୍ଡାଙ୍କୁ ଆଉ ଥରେ ସଭାପତି ରଖିବା ନେଇ ଦଳ ନିଷ୍ପତ୍ତି ନେଇପାରେ । ନଡ୍ଡାଙ୍କ ତିନି ବର୍ଷିୟା କାର୍ଯ୍ୟକାଳ ଏହି ମାସରେ ଶେଷ ହେଉଛି । ତେଣୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦଳ ତାଙ୍କୁ ପୁଣି ସଭାପତି ରଖିବା ନେଇ ନିଷ୍ପତ୍ତି ନେବ। ସେହିପରି ଆଗକୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ବାବଦରେ ମଧ୍ୟ ଦଳ ରଣନୀତି ସ୍ଥିର କରିବ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରୋଡ ସୋ କରିବେ। ପଟେଲ ଚୌକରୁ ଏନଡିଏମସି କନଭେନସନ ହଲ୍ ଯାଏଁ ପ୍ରଧାନମନ୍ତ୍ରୀ ରୋଡ ସୋ କରିବେ। ଯେଉଁଠାରେ ଜାତୀୟ କାର୍ଯ୍ୟକାରୀ ଅନୁଷ୍ଠିତ ହେବ। ବୈଠକରେ ରାଜନୈତିକ ଏବଂ ଅର୍ଥନୈତିକ ପ୍ରସ୍ତାବ ଗୃହୀତ ହେବ। ଜାତୀୟ କାର୍ଯ୍ୟକାରିଣୀ ପୂର୍ବରୁ ରାଜ୍ୟ ସଭାପତି ମାନଙ୍କର ଏବଂ ବିଭିନ୍ନ ପଦାଧିକାରୀମାନଙ୍କର ବୈଠକ ବସିବ।

SBI AD