ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆରମ୍ଭ: ୯ ରାଜ୍ୟର ନିର୍ବାଚନ ଉପରେ ଫୋକସ୍

ନୂଆଦିଲ୍ଲୀ: ସୋମବାରଠାରୁ ଦିଲ୍ଲୀରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସମେତ ୩୫ କେନ୍ଦ୍ରମନ୍ତ୍ରୀ, ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟଗୁଡ଼ିକର ଅଧ୍ୟକ୍ଷ ଭାଗ ନେଇଛନ୍ତି ।

ଏହି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ପୁଣିଥରେ ବର୍ଷକ ପାଇଁ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ନେଇ ସ୍ଥିର କରାଯାଇଥିଲା । ବୈଠକ ପରେ ଦଳର ନେତା ରବିଶଙ୍କର ପ୍ରସାଦ କହିଥିଲେ ଯେ ଆମପାଇଁ ୨୦୨୩ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଚଳିତବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେଗୁଡ଼ିକ ହେଲା- ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, କର୍ଣ୍ଣାଟକ, ଛତିଶଗଡ଼, .ପୃଷ୍ଠା ୮ ଦେଖନ୍ତୁ ୯ ରାଜ୍ୟର ନିର୍ବାଚନ ଉପରେ ଫୋକସ ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲଙ୍ଗାନା ।

ଶ୍ରୀ ପ୍ରସାଦ କହିଥିଲେ ଯେ ଜେ.ପି.ନଡ୍ଡା ସମସ୍ତଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ଆମେ ଯେପରି ୯ଟି ରାଜ୍ୟରେ ଯେପରି ନିର୍ବାଚନ ନ ହାରନ୍ତି ସେ ନେଇ ସମସ୍ତେ ଧ୍ୟାନଦେବା ଜରୁରି । ସେ କହିଥିଲେ ଯେ ନିକଟରେ ଶେଷ ହୋଇଥିବା ଗୁଜରାଟର ବିଜୟ ଆମପାଇଁ ଏକ ଐତିହାସିକ ବିଜୟ ଭାବେ ପରିଗଣିତ ହୋଇଛି । ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ ଶୋ କରିଥିଲେ । ହଜାର ହଜାର ଲୋକ ଏକତ୍ରିତ ହୋଇ ମୋଦୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ମୋଦିଜୀ ମୋଦିଜୀ ନାରାରେ ଚତୁର୍ଦ୍ଦିକ ପ୍ରକମ୍ପିତ ହୋଇଥିଲା ।

ଶ୍ରୀ ପ୍ରସାଦ ଆହୁରି କହିଥିଲେ ଯେ ଦାସତ୍ୱର ଦୁର୍ଭାଗ୍ୟର ଅତୀତକୁ ସମାପ୍ତ କରି ଆମେ ସ୍ୱାଧୀନତାର ୭୫ ବର୍ଷରେ ପାଦ ଥାପିଛୁ । ରାଜପଥକୁ ପରିବର୍ତ୍ତନ କରି କର୍ତ୍ତବ୍ୟ ପଥ କରିଛୁ । ବର୍ତ୍ତମାନ ଭବ୍ୟ ରାମମନ୍ଦିର ନିର୍ମାଣ ଚାଲିଛି । ବିଶ୍ୱର ୫ମ ବୃହତ୍ତ ଅର୍ଥନୀତି ହେବାପାଇଁ ଭାରତ ବ୍ରିଟେନକୁ ପଛରେ ପକାଇ ଦେଇଛି । କେବଳ ଏତିକି ନୁହେଁ ଆମେ ମୋବାଇଲ ଫୋନ୍ର ଦ୍ୱିତୀୟ ବୃହତମ ଉତ୍ପାଦକ ହୋଇପାରିୁଛି । ମେଡ୍ ଇନ୍ ଇଣ୍ଡିଆ ଏବଂ ବିକଶିତ ଭାରତ ପ୍ରତି ଏହା ଆମର ସଂକଳ୍ପ ଦର୍ଶାଉଛି ବୋଲି ସେ କହିଥିଲେ ।