୭୪ଟି କମ୍ପାନିର ନଡ଼ିଆ ତେଲ ଉପରେ ବ୍ୟାନ୍‌

ଥିରୁଅନନ୍ତପୁରମ, ୧୯/୧୨: କେରଳର ଖାଦ୍ୟ ସୁରକ୍ଷା ବିଭାଗ ନଡିଆ ତେଲର ୭୪ଟି କମ୍ପାନି ଉପରେ କେରଳ ସରକାର ରୋକ୍‌ ଲଗାଇଛନ୍ତି । ଖାଦ୍ୟ ସୁରକ୍ଷା ବିଭାଗର ମୁଖ୍ୟ ଆନନ୍ଦ ସିଂହ କମ୍ପାନୀମାନଙ୍କୁ ଏକ ନୋଟିସ୍‌ ଜାରି କରି କହିଛନ୍ତି । ଏଥିରେ ଏହି ୭୪ଟି କମ୍ପାନିର ନଡିଆ ତେଲରେ ମିଶ୍ରଣ କରାଯାଉଥିବା ସଙ୍କେତ ମିଳିଛି । ଏହି କମ୍ପାନି ଖାଦ୍ୟ ସୁରକ୍ଷା ମାନକ ଅଧିନିୟମ ୨୦୦୬ର ଉଲଘଂନ୍ନ କରିଛନ୍ତି, ଏଥିପାଇଁ ଏମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ନଡିଆ ତେଲର ମିଶ୍ରଣ କରିବା ସହିତ ଖରାପ ଗୁଣାବତ୍ତା ରଖି ବିକ୍ରି କରୁଥିବା କମ୍ପାନିଙ୍କୁ କଡା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶିଲଜା ଖାଦ୍ୟ ସୁରକ୍ଷା ବିଭାଗକୁ ମିଶ୍ରଣ ସାମଗ୍ରୀର ମେନ୍ୟୁଫେକcରିଂ ଓ ତାର ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ନଡ଼ିଆ ତେଲ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଯାଇଛି ସେଗୁଡ଼ିକ ହେଲା, ଏସ୍‌ଏସ୍‌ କେରା ପ୍ରିମିୟମ ଗୋଲï( ଜିଥୁ ଅଏଲ୍‌ ମିଲ୍ସ), କେରା ପ୍ରୋଡି (ବେଜ ଟ୍ରେଡର୍ସ), କେରା ହିରା (ବେଜ ଟ୍ରେଡର୍ସ), ନାଲିକେରା (ସେଣ୍ଟ ମେରି ଅଏଲ ଟ୍ରେଡର୍ସ), ରସୋଇ ସ୍‌ୱାଦିଷ୍ଟ (କେରଳ ଅଏଲ ମିଲ୍ସ), କେରା ସ୍‌ୱାଦିଷ୍ଟ (ଲିଆ ଟ୍ରେଡିଙ୍ଗ କମ୍ପାନି) ଓ କେରା ସୁଲଭା (ପୁଲରି ନଡିଆ ତେଲ) ଇତ୍ୟାଦି କମ୍ପାନି ସାମିଲ ରହିଛି ।