ପାରଦୀପ କୋଷ୍ଟଗାର୍ଡ ପରିସରରୁ ସନ୍ଦିU ଅଟକ

ପାରାଦୀପ, ୨୦/୧୨ : ପାରାଦୀପସ୍ଥିତ ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟ କୋଷ୍ଟଗାର୍ଡ ପରିସରରୁ ଜଣେ ସନ୍ଦିU ଯୁବକଙ୍କୁ ଅଟକ ରଖାଯାଇଛି । ସେ ଉତ୍ତରପ୍ରଦେଶ ମୁଜାଫରପୁରନଗରର ମହମ୍ମଦ ସାହବାଜ ବୋଲି ସୂଚନା ମିଳିଛି । ତେବେ ପାରାଦୀପ ପୋଲିସ ତାଙ୍କୁ ଅଟକ ରଖି ପଚାରା ଉଚାରା କରୁଥିବା ଜଣା ପଡିଛି । ମହମ୍ମଦ ନିଜକୁ ଜ୍ୟାକେଟ ବେପାରୀ ବୋଲି ପରିଚୟ ଦେଇଥିବା ବେଳେ ଯାଞ୍ଚ ପରେ ତାଙ୍କ ନିକଟରୁ ୨୦ ଟି ପେନ ଡ୍ରାଇଭ ଜବତ କରାଯାଇଛି । ଯୁବକ ଜଣକ କୋଷ୍ଟଗାର୍ଡ ମୁଖ୍ୟାଳୟ ପରିସରକୁ ପ୍ରବେଶ କରିବା ପରେ ସୁରକ୍ଷାକର୍ମୀ ମାନେ ତାଙ୍କୁ ଅଟକ ରଖିଥିଲେ । ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟ (ଇଣ୍ଡିଆନ୍‌ କୋଷ୍ଟ୍‌ ଗାର୍ଡ ହେର୍ଡ୍‌ କ ୍ୱାର୍ଟର୍ସ) ଭଳି କଡା ସୁରକ୍ଷାବଳୟ ରହିଥିବା ଅଞ୍ଚଳରେ ଜଣେ ସାଧାରଣ ଯୁବକ ପ୍ରବେଶ କରିଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।