ଆନ୍ଧ୍ର ପ୍ରଦେଶ,୨୨/୨: ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ କେବଳ ସମ୍ମାନ ନୁହେଁ ବରଂ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ରାଜ୍ୟପାଳ ଭଳି ଏକ ରାଜନୈତିକ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ ପ୍ରଦର୍ଶନ କରାଯାଇଛି। ଆନ୍ଧ୍ରପ୍ରଦେଶ ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଗନ୍ନବରମ ବିମାନ ବନ୍ଦର ଯାଏଁ ଛାଡିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ। ସେଠାରେ ରାଜ୍ୟପାଳ ହରିଚନ୍ଦନ ବିମାନ ମଧ୍ୟକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ନଇଁ ପଡି ଜଣେ ଛାତ୍ର ଭଳି ରାଜ୍ୟପାଳଙ୍କ ପାଦ ସ୍ପର୍ଶ କରିଥିଲେ।

ଛତିଶଗଡ଼ର ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଗତକାଲି ବିଶ୍ଵଭୂଷଣଙ୍କୁ ଆନ୍ଧ୍ରପ୍ରଦେଶ ସରକାର ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରାଜ୍ୟପାଳଙ୍କ ପାଦ ସ୍ପର୍ଶ କରି ରାଜନୀତିରେ ସଂସ୍କାର ଏବେ ମଧ୍ୟ ବଞ୍ଚିରହିଥିବା ପ୍ରମାଣ କରିଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନେ କହିଛନ୍ତି।