ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ଗଣପତ୍‌’ର ଟିଜର ରିଲିଜ୍‌

ମୁମ୍ଵାଇ,୨୩/୨: ବଲିଉଡର ଆକ୍ସନ୍ ହିରୋ ଟାଇଗର ଶ୍ରଫ୍ । ଫିଲ୍ମ ‘ଗଣପତ’ ସହିତ ଖୁବ୍ ଶୀଘ୍ର ବଡ ପରଦାରେ ଧମାଲ କରିବାକୁ ଆସୁଛନ୍ତି। ନିକଟରେ ଅଭିନେତା ଏହି ଚଳଚ୍ଚିତ୍ରର ଟିଜରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତା ଜବରଦସ୍ତ ଆକ୍ସନ୍ କରୁଥିବା ନଜର ଆସିଛନ୍ତି। ଟିଜର ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଟାଇଗର ଶ୍ରଫ ଫିଲ୍ମର ଧମାକାଦାର ଟିଜରକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଅଭିନେତା ଲେଖିଛନ୍ତି, ‘ଏପରି ଦୁନିଆରେ ଯେଉଁଠାରେ ଆତଙ୍କର ରାଜ୍‌, ଗଣପତ ସେଠାକୁ ତାଙ୍କ ଲୋକଙ୍କ ସ୍ଵର ଭଳି ଆସୁଛନ୍ତି। ୨୦ ଅକ୍ଟୋବର ୨୦୨୩ରେ ରିଲିଜ୍‌ହେଉଛି ! ଚଳିତ ଦଶହରାରେ ପ୍ରେକ୍ଷାଳୟରେ ଧମାଲ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଟାଇଗର ପୁଣିଥରେ ଟିଜରରେ ଆକ୍ସନ୍ ହିରୋ ଭାବରେ ନଜର ଆସିବେ। ଟିଜର ଦେଖି ପ୍ରଶଂସକମାନେ କେବଳ ଫିଲ୍ମ ନୁହେଁ ଅଭିନେତାଙ୍କ ବଡିକୁ ପ୍ରଶଂସା କରିବାରେ ଥକି ନାହାଁନ୍ତି।

ସୋସିଆଲ ମିଡିଆରେ ରିଲିଜ ହେବା ମାତ୍ରେ ଟିଜର ଭାଇରାଲ ହୋଇଛି। କିଛି ମିନିଟ୍ ମଧ୍ୟରେ ଟିଜରକୁ ୨ଲକ୍ଷରୁ ଅଧିକ ଲାଇକ୍ ମିଳିଛି। ଏଥି ସହିତ ପ୍ରଶଂସକମାନେ ମଧ୍ୟ ଖୁବ୍‌ ମନ୍ତବ୍ୟ ଦେଉଛନ୍ତି। ଟାଇଗରର ଏହି ଫିଲ୍ମ ପୁରାପୁରି ଆକ୍ସନରେ ପରିପୂର୍ଣ୍ଣ । ଏହି ଅଭିନେତାଙ୍କୁ ଫିଲ୍ମରେ କ୍ରିତି ସାନନଙ୍କ ବିପକ୍ଷରେ ଦେଖିବାକୁ ମିଳିବ। କହିବାକୁ ଗଲେ ଉଭୟଙ୍କ ଯୋଡି ଫିଲ୍ମ ‘ହେରୋପନ୍ତୀ’ରେ ଦେଖିବାକୁ ମିଳିଥିଲା ​​। ଏହା ବ୍ୟତୀତ ଟାଇଗରଙ୍କୁ ‘ବଡେ ମିଆଁ ଛୋଟେ ମିଆଁରେ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଟାଇଗର ଅକ୍ଷୟଙ୍କ ସହ ସ୍କ୍ରିନ୍‌ ସେୟାର କରିବେ।