ଭୁବନେଶ୍ୱର : ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏବଂ ପରିବେଶ ପ୍ରତିରହିଥିବା ପ୍ରତିବଦ୍ଧତାକୁ ପାଳନ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ପକ୍ଷରୁ ବଡ଼ ଧରଣର ଯୋଜନା ଘୋଷଣା କରାଯାଇଛି । ୨୦୫୦ ସୁଦ୍ଧା ହୋଣ୍ଡା ଏହାର ଉତ୍ପାଦ ଓ କର୍ପୋରେଟ୍ କାର୍ଯ୍ୟରେ ନେଟ୍ ନ୍ୟୁଟ୍ରାଲିଟି ହାସଲ କରିବାକୁ ଯୋଜନା ରଖିଛି । ଏବିଷୟରେ ହୋଣ୍ଡାର ନିର୍ଦେଶକ, କାର୍ଯ୍ୟନିର୍ବାହୀ ଉପସଭାପତି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିନିଧି କୋହେଇ ଟାକେଉଚି ଓ ପରିଚାଳନା ଅଧିକାରୀ ଯୋଶିଶିଜି ନୋମୁରା ଘୋଷଣା କରିଛନ୍ତି ।
ଅଙ୍ଗାରକାମ୍ଳ ନିର୍ଗମକ ହ୍ରାସ କରିବାର ପ୍ରଥମ ପଦକ୍ଷେପ ସ୍ୱରୂପ ହୋଣ୍ଡା ପକ୍ଷରୁ ଇଲେକ୍ଟ୍ରିକ୍ ମୋଟରସାଇକଲ୍ ଉନ୍ମୋଚନ କରାଯିବ । ବିଶେଷ କରି ନିତିଦିନିଆ ଯାତାୟାତରେ ବ୍ୟବହାର ହେଉଥିବା ଓ କୌତୁକ ବର୍ଗରେ କଂପାନି ଏଭଳି ମୋଟରସାଇକଲ୍ ଆଣିବ । ଉଦୀୟମାନ ଓ ବିକଶିତ ଦେଶଗୁଡ଼ିକରେ ତାହାକୁ ବିକ୍ରି କରାଯିବ । ୨୦୪୦ ଦଶକ ସୁଦ୍ଧା କଂପାନି ଏହାର ସମସ୍ତ ମୋଟରସାଇକଲ୍ରେ କାର୍ବନ୍ ନ୍ୟୁଟ୍ରାଲିଟି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ପରିବେଶ ସୁରକ୍ଷା ଜନିତ ପଦକ୍ଷେପ କ୍ଷେତ୍ରରେ ମଧ୍ୟ କଂପାନି ଆଗରେ ରହିବାକୁ ଚାହୁଁଛି ।
ଇଲେକ୍ଟ୍ରିକ୍ ଯାନର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଲାଗି ହୋଣ୍ଡା ପକ୍ଷରୁ ୨୦୨୫ ସୁଦ୍ଧା ୧୦ ନୂଆ ଇଲେକ୍ଟ୍ରିକ୍ ମଡେଲ୍କୁ ଉନ୍ମୋଚନ କରାଯିବ ଏବଂ ପାଂଚ ବର୍ଷ ମଧ୍ୟରେ ମୋଟରସାଇକଲ୍ ବିକ୍ରିକୁ ୧ ନିୟୁତରେ ପହଂଚାଇବାକୁ ମଧ୍ୟ ଯୋଜନା ରଖିଛି । ୨୦୩୦ ସୁଦ୍ଧା କଂପାନି ମୋଟ ବିକ୍ରିର ପ୍ରାୟ ୧୫ ପ୍ରତିଶତ ଅର୍ଥାତ ୩.୫ ନିୟୁତ ଇଲେକ୍ଟ୍ରିକ୍ ମୋଟରସାଇକଲ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ।
