ଭୁବନେଶ୍ବର,୨୪/୨ : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା ଥିଲା ।
ଏହା ମଧ୍ୟରୁ ରାଜ୍ୟ ସରକାରଙ୍କ ନିଜସ୍ବ ଟିକସ ରାଜସ୍ବ ୫୩ ହଜାର କୋଟି ଟଙ୍କା ଓ ଅଣ-ଟିକସ ରାଜସ୍ବ ୫୨,୫୦୦ କୋଟି ଟଙ୍କା ରହିବ । କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ହିସାବରେ ରାଜ୍ୟ ସରକାର ୪୬,୨୫୧ କୋଟି ଟଙ୍କା ମିଳିବାକୁ ଥିବାବେଳେ କେନ୍ଦ୍ରୀୟ ଅନୁଦାନ ୩୨,୭୪୯ କୋଟି ଟଙ୍କା ରହିଛି ।
ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟବରାଦ ୨୭ ପ୍ରତିଶତ ବୃଦ୍ଧି ପାଇ ୧୬,୦୪୮ କୋଟି ଟଙ୍କାରେ ପହଞ୍ଚିଛି । ପାଇପ ପାନୀୟ ଜଳ ଯୋଗାଣ ପାଇଁ ବ୍ୟୟବରାଦ ୫୮ ପ୍ରତିଶତ ବୃଦ୍ଧି ପାଇ ୧୩,୨୧୫ କୋଟି ଟଙ୍କାରେ ପହଞ୍ଚିଛି ।
କୃଷି ଓ ସଂପର୍କିତ କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କା, ସଡ଼କ, ପୋଲ, ରେଳପଥ ଆଦି ଭିତ୍ତିଭୂମି ପାଇଁ ୧୯୪୫୨ କୋଟି ଟଙ୍କା, ସହରାଞ୍ଚଳ ବିକାଶ ପାଇଁ ୭୯୧୪ କୋଟି ଟଙ୍କା ଓ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ପାଇଁ ୬୨୨୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ସେହିପରି ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି ଟଙ୍କା, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି ଟଙ୍କା, ଅନୁସୂଚୀତ ଜାତି ବିକାଶ ପାଇଂ ୩୮୪୩୭ କୋଟି ଟଙ୍କା ଓ ପର୍ଯ୍ୟଟନ ପାଇଁ ୬୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଏଥର ବଜେଟରେ ଅନେକ ନୂଆ ଯୋଜନା ଘୋଷଣା …
୧-ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି ।
୨-ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି ।
୩-ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି ।
୪-ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି ।
୫-ମୁଖ୍ୟମନ୍ତ୍ରୀ ସଂମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ।
୬-ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟ ବରାଦ ।
୭-ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି ।
୮-ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟିର ବ୍ୟବସ୍ଥା ।
୯-ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ।
୯-ବିଦେଶ ବିମାନ ଉଡାଣ ଯୋଜନା ପାଇଁ ୧୦୦ କୋଟିର ବ୍ୟବସ୍ଥା ।
୧୦-ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି ।
୧୧- ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ବ୍ୟୟ ବରାଦ ।
୧୨-ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ବ୍ୟୟବରାଦ ।