ଆଇଫୋନ୍‌ ବଞ୍ଚାଇଲା ୮ ଜୀବନ

0

ବୈଦୁ୍ୟତିକ ଉପକରଣ ଅଧୁନା ବହୁ ଉପଯୋଗୀ ହୋଇପାରୁଛି । କିନ୍ତୁ ଏବେ ଏପରି ଏକ ଘଟଣା ଘଟିଛି ଯାହା ଜାଣିଲେ ବୈଦୁ୍ୟତିକ ଉପକରଣ ଉପରେ ଭରସା ଆସିବାକୁ ଲାଗିବ । ରଶେଲ ନୀଲ ନାମକ ଜଣେ ମହିଳା ୮ ଜଣ ସାଙ୍ଗଙ୍କ ସହ ଜାପାନର ଓକିନାୱାଠାରେ ଥିବା ଆଇଲ୍ୟାଣ୍ଡକୁ ବୁଲିବାକୁ ଯାଇଥିଲେ । କିନ୍ତୁ ସମୁଦ୍ରରେ ହଠାତ୍‌ ବଡ ଲହରୀ ଆସିବାକୁ ତାଙ୍କ ଡଙ୍ଗାଟି ଓଲଟିଯାଇଥିଲା । ରଶେଲ୍‌ ନିଜ ବନ୍ଧୁଙ୍କ ଫୋନ୍‌ ଖୋଜିଥିଲେ ହେଲେ ଫୋନ୍‌ଟି ପାଣି ପଶି ଖରାପ ହୋଇଯାଇଥିବାରୁ ସେ ତାଙ୍କ ଆଇଫୋନ୍‌ରେ ଏମର୍‌ଜେନ୍‌ସି ନମ୍ବରରେ କଲ୍‌ କରି ବାର୍ତ୍ତା ପ୍ରେରଣ କରିବା ଦ୍ୱାରା ସଙ୍ଗେ ସେଠାରେ ଜାପାନୀ କୋଷ୍ଟ ଗାର୍ଡ ପହଞ୍ଚି ସେମାନଙ୍କୁ ରକ୍ଷା କରିଥିଲେ । ପାଣିରେ ବୁଡିବା ପରେ ବି ଆଇଫୋନ୍‌ ଠିକ୍‌ ରୂପେ କାର୍ଯ୍ୟ କରୁଥିବାରୁ ତାଙ୍କ ଜୀବନ ସୁରକ୍ଷିତ ହୋଇପାରିଲା ବୋଲି ରଶେଲ୍‌ ଜଣାଇଛନ୍ତି । ଆପଲ୍‌ ଆଇଫୋନ୍‌ର ଅଧିକାଂଶ ମଡେଲ ପାଣିରେ ବୁଡିବାର ଅଧଘଣ୍ଟା ପର୍ଯ୍ୟନ୍ତ ଠିକ୍‌ ରୂପେ କାର୍ଯ୍ୟ କରେ ।

SBI AD
Leave A Reply

Your email address will not be published.