ଭବିଷ୍ୟତକୁ ଲକ୍ଷ୍ୟ ରଖି ପିଏଏଲ୍-ୱି କାର ପ୍ରସ୍ତୁତ କରାଯାଉଛି । ଏହି କାରର ମୁଖ୍ୟ ଆକର୍ଷଣ ହେଉଛି କାରଟି ୧୦ ମିନିଟ୍ରେ ଡ୍ରାଇଭିଂ ମୋଡରୁ ପରିବର୍ତ୍ତିତ ହୋଇ ଫ୍ଲାଇଙ୍ଗ ମୋଡ ହୋଇଯାଏ । ରାସ୍ତାରେ ଯିବା ସମୟରେ ଯଦି ଟ୍ରାଫିକ୍ ଜାମ୍ ହୋଇଯାଏ ତେବେ ଆଦୌ ଚିନ୍ତା ନକରି କାର୍ରେ ଉଡି ଯାଇହେବ । ପିଏଏଲ୍-ୱି କାର୍ କେବଳ ୧୦ ମିନିଟ୍ରେ ଗୋଟେ ଛୋଟ ହେଲିକ୍ୟାପଫରକୁ ପରିବର୍ତ୍ତିତ ହୋଇଯାଏ ହୋଇ ନିର୍ଦ୍ଦିଷ୍ଟ ସ୍ଥାନରେ ସୁରକ୍ଷିତ ଲ୍ୟାଣ୍ଡ କରାଇବାରେ ସଫଳ ହୋଇଥାଏ । ଏହି କାର୍କୁ ବି୍ରଟେନ୍ର ଡେଚ୍ କମ୍ପାନୀ ପ୍ରସ୍ତୁତ କରିଛି । କାର୍ଟିର ବୁକିଂ ଆରମ୍ଭ ହୋଇଗଲାଣି । ଏହି ଉଡନ୍ତା କାରର ଦାମ୍ ୨.୮୯ କୋଟି ରହିଛି । ବୁକ୍ କରିଥିବା ଉପଭୋକ୍ତାଙ୍କୁ ୨୦୨୦ ଆରମ୍ଭରେ କାର୍ଟି ମିଳିଯିବ । ଏହାଛଡା ପ୍ରାଥମିକ ପର୍ଯ୍ୟାୟରେ ବ୍ରିଟେନ୍, ୟୁରୋପ୍ ଓ ନର୍ଥ ଆମେରିକାରେ ଏହା ବିକ୍ରି ଆରମ୍ଭ ହୋଇଯିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି । କାର୍ଟିରେ ୩ଟି ଚକ ରହିବା ସହ ଏହା ପେଟ୍ରୋଲରେ ପରିଚାଳିତ ହେବ । କାର୍ଟି ଏକକାଳୀନ ୧୨୮୭ କିମି ଚାଲିବା ସହ ୪୮୨ କିମି ଉଡିପାରିବ । ଭୂମି ଉପରୁ ୧୬୦ କିମି ଘଣ୍ଟା ପ୍ରତି ବେଗରେ ଉଡିବ । କାରଟିର ଓଜନ ୬୬୪ କିଲୋ । ଯେହେତୁ କାର୍ଟି ୩୩୦ ମିଟର ଲେଡ୍ ବିଶିଷ୍ଟ ହୋଇଥିବା ହେତୁ ବିଶାଳ ରୋଟର ବ୍ଲେଡ୍ ଓ ପଛପଟେ ଥିବା ପ୍ରୋପେଲର ଲେଡ୍ ନଉଡିବା ସମୟରେ ପଛପଟେ ବନ୍ଦ ହୋଇଯାଏ । ଏହି ଗାଡିକୁ ଚଳାଇବା ପାଇଁ ସରକାରୀ ଅନୁମତି ମିଳିସାରିଛି ବୋଲି କମ୍ପାନୀ ଜଣାଇଛି ।