ଭୁବନେଶ୍ବର,୨୫/୩ : ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ନିମନ୍ତେ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି। ପ୍ରାୟ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ବ ନିବେଶ ନିମନ୍ତେ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ଆହୁରି ଗତିଶୀଳ ହେବ ଶିଳ୍ପାୟନ।
ତେବେ ରାଜ୍ୟରେ ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମେଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମ୍ମେଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏନେଇ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜାପାନ ଯିବେ। ଅତି ଖୁସିର କଥା। ଜାପାନ ଗ୍ରୁପକୁ ରାଜ୍ୟ ସରକାରଙ୍କ ପ୍ରତିନିଧି ପୂର୍ବରୁ ଭେଟିଥିଲେ। ଜାପାନରେ ଅଧିକ ଟେକ୍ନୋଲୋଜି ଭିତ୍ତିକ ଶିଳ୍ପ ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ବ ନେଉଛନ୍ତି ବିଦେଶରୁ ଅଧିକ ପୁଞ୍ଜି ଆଣିବା ପାଇଁ। ବିଦେଶରୁ ପୁଞ୍ଜି ଆଣିବାରେ ଦେଶରେ ୩ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ପୁଞ୍ଜିନିବେଶ ପାଇଁ ଏବେ ପ୍ରତିଯୋଗିତା ଚାଲିଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ଗୁରୁତ୍ବ ଦେଉଛନ୍ତି। ସାରା ଦେଶରେ ପୁଞ୍ଜିନିବେଶ ଓଡ଼ିଶା ବଡ ସଫଳତା ପାଇଛି। ଆମେ ନୂଆ ଶିଳ୍ପ ନୀତି ଆଣିଛୁ, ଯାହା ଆଗକୁ ରାଜ୍ୟରେ ଅଧିକ ରୁ ଅଧିକ ଶିଳ୍ପ ସଂସ୍ଥାକୁ ରାଜ୍ୟ ଆଡକୁ ଟାଣିଆଣିବ।