ଓଡିଶାରରେ ଠାବ ହେଲା ପାଏଡ ଥ୍ରଶ ବିଦେଶାଗତ ପକ୍ଷୀ

ଭୁବନେଶ୍ୱର : ଓଡ଼ିଶାର ନୀଳଗିରିରେ ପ୍ରଥମ କରି ପଞ୍ଚଲିଙ୍ଗେଶ୍ଵରର ସଂରକ୍ଷିତ ଜଙ୍ଗଲରେ ପାଏଡ ଥ୍ରଶ ନାମକ ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଛି। ବିଶିଷ୍ଟ ପକ୍ଷୀବିତ ଓ କୁଳଡ଼ିହା ଗାଇଡ ମନୋରଞ୍ଜନ ଦାସଙ୍କ ଦ୍ଵାରା ଏହି ପକ୍ଷୀର ଉଭୟ ପୁରୁଷ ଓ ମହିଳା ଦେଖାବାକୁ ମିଳିଛି। କୁଳଡ଼ିହା ପକ୍ଷୀ ସାରଣୀରେ ଆଉ ଏକ ବିଦେଶାଗତ ପକ୍ଷୀ ଯୋଡିହୋଇଛି ଯାହା ଏହାର ବିବିଧତା କୁ ଅନନ୍ୟ କରିବା ସହିତ ଅଭୟାରଣ୍ୟ ର ସୁନ୍ଦରତା କୁ ଦ୍ଵିଗୁଣିତ କରିଛି। ଏହାକୁ ଇ ବାର୍ଡରୁ ଚିହ୍ନଟ କରାଯାଇ ଏହାର ଗତି ବିଧିକୁ ନିରୀକ୍ଷଣ କରାଯାଉଛି। ଏହି ପକ୍ଷିମାନେ କୀଟ, ପତଙ୍ଗ ଏବଂ ଫଳ ଖାଇବାକୁ ଅଧିକ ପସନ୍ଦ କରନ୍ତି।

ଏହି ଥ୍ରସର ପୁରୁଷମାନେ ୨୨ସେମି ସ୍ପଷ୍ଟ ଭାବରେ କଳା ଏବଂ ଧଳା। ଉପର ଭାଗରେ ମୁଖ୍ୟତଃ କଳା, ପେଟ ପାଖରେ ମାଛ କାତି ପରି କଳା ଧଳା ରଙ୍ଗର ଆବରଣ ରହିବା ସହି ଆଖି ଉପରେ ଡେଣା ଏବଂ ଲାଞ୍ଜ ଉପରେ ଧଳା ପଟି ଥାଏ। ଏହାସହ ଗୋଡ଼ ହଳଦିଆ ରଙ୍ଗ। ନାରୀ ପକ୍ଷୀ ତଥା କିଶରମାନେ ଦେଖିବାକୁ ପ୍ରାୟ ସମାନ ରଙ୍ଗ ରହିବା ସହ ବାଦାମି ଓ ଫିକା ବାଦାମି ରଙ୍ଗ ହୋଇଥାଏ। ଥଣ୍ଟଟି ସମ୍ପୂର୍ଣ ବଙ୍କା ହୋଇନଥାଏ। ଏହି ପକ୍ଷୀଟି ସାଧାରଣତଃ ଗ୍ରୀଷ୍ମ କାଳରେ ହିମାଳୟ ପାଦ ଦେଶ ତଥା ନେପାଳରେ ଖୁବ ଅଧିକ ଦେଖିବାକୁ ମିଳନ୍ତି। ଏହା ସହ ସେ ଶୀତ ଋତୁରେ ଦକ୍ଷିଣ ତଥା ଶ୍ରୀଲଙ୍କାରେ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ।

SBI AD