‘କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା,୧୯/୪ : ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗର ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାାଳୟ କୋଠାରେ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦଘାଟନ କରିଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରକୁ ବୁଲି ଦେଖିଛନ୍ତି। ରୋଗୀମାନଙ୍କ ସହିତ କଥା ହୋଇଛନ୍ତି। ଉଦ୍‌ଘାଟନୀ ଅବସରରେ ବିଜୁ-ମହାବୀର ଜୟପୁର ଫୁଟ୍‌ ସେଣ୍ଟରର ପ୍ରତିଷ୍ଠାତା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡଃ. ଡି ଆର୍ ମେହେଟା ଯୋଗ ଦେଇଥିଲେ।

ସମାରୋହରେ ଶ୍ରବଣଯନ୍ତ୍ର, ତିନିଚକିଆ ସାଇକଲ ଆଦି ବଣ୍ଟନ କରାଯାଇଥିଲା। ପ୍ରାୟ ୩୫ ମିନିଟିଆ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ।