ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ

0

ଚଣ୍ଡିଗଡ଼ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳିଦଳ ନେତା ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଛି । ମୋହାଲିର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସେ ବୟସ ଜନିତ ରୋଗ ଓ ଶ୍ବାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତାଙ୍କୁ ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟାରେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ପ୍ରକାଶ ସିଂହ ବାଦଲ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅକାଳୀ ଦଳର ଏହି ବରିଷ୍ଠ ନେତା ୫ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ । ସୁଖବୀର ସିଂହ ବାଦଲ ତାଙ୍କ ପୁଅ। ପ୍ରକାଶ ସିଂ ବାଦଲ ୧୯୨୭ ଡିସେମ୍ବରରେ ପଞ୍ଜାବର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ ।

ଶ୍ରୀ ବାଦଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି । ଏକ ଟୁଇଟ୍ କରିମୋଦୀ ଲେଖିଛନ୍ତି ଯେ ସେ ଭାରତୀୟ ରାଜନୀତିରେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଥିଲେ ଓ ଜଣେ ରାଷ୍ଟ୍ରନେତା ଥିଲେ । ସେ ପଞ୍ଜାବର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ବାଦଲଙ୍କ ପରଲୋକ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଏକ କ୍ଷତି ବୋଲି ମୋଦୀ ଲେଖିଛନ୍ତି ।

Leave A Reply

Your email address will not be published.