କୁଣ୍ଡିଆ ସମସ୍ୟାର ଘରୋଇ ଉପଚାର

ଋତୁ ପରିବର୍ତ୍ତନର ସିଧା ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ଏହା ଦ୍ୱାରା ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ବଢିଯାଇଥାଏ । ସେହି ପରି ଋତୁ ପରିବର୍ତ୍ତନ ଯୋଗୁଁ ତ୍ୱଚା ଏବଂ କେଶକୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ରୁପି ସମସ୍ୟା ଯାହା ଦ୍ୱାରା ଆମକୁ ମୁଣ୍ଡରେ କୁଣ୍ଡିଆ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାର ଘରୋଇ ଉପଚାର ସମ୍ବନ୍ଧରେ ।
ଲେମ୍ବୁ- ମୁଣ୍ଡ କୁଣ୍ଡିଆ ସମସ୍ୟାରୁ ମୁକ୍ତି ପାଇବାର ସବୁଠୁ ସରଳ ଉପାୟ ହେଉଛି ଲେମ୍ବୁ । ୧ ଛୋଟ ଚାମଚ ଲେମ୍ବୁ ରସକୁ ୧ କପ ପାଣିରେ ମିଶାଇ କେଶରେ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହା ପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ୨ ଥର କରନ୍ତୁ ।
ମେଥି- କୁଣ୍ଡିଆ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମେଥି ଦାନା ଏବଂ ସୋରିଷର ବ୍ୟବହାର କରିବେ । ଏଥି ପାଇଁ ଆପଣ ମେଥି ଦାନା ଏବଂ ସୋରିଷର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ୨୦ ମିନିଟ ପାଇଁ କେଶରେ ଲଗା;ୁ ଏବଂ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
ବେକିଙ୍ଗ ସୋଡା- ୨ ଚାମଚ ବେକିଙ୍ଗ ସୋଡାରେ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ୧୫ ରୁ ୨୦ ମିନିଟ ପାଇଁ କେଶରେ ଲଗାନ୍ତୁ । ଏହା ପରେ କେଶକୁ ଧୋଇ ଦିଅନ୍ତୁ ।