କେଶ ପାଇଁ ରସୁଣ

ରସୁଣ କେବଳ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିନଥାଏ ବରଂ ଏଥିରେ ଉପସ୍ଥିତ ଆୟୁର୍ବେଦିକ ଗୁଣ ଅନେକ ପ୍ରକାର ଗମ୍ଭୀର ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ବ୍ୟତିତ ରସୁଣ କେଶ ପାଇଁ ମଧ୍ୟ ଖୁବ୍‌ ଲାଭ ଦାୟକ ସାବ୍ୟସ୍ତ ହୋଇଥାଏ । ରସୁଣର ବ୍ୟବହାର କରିବା ଦ୍ୱାରା କେଶ ମଜବୁତ ହେବା ସହ ରୁପି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ଆସ;ୁ ଜାଣିବା ଏହାର ଉପକାରୀତା ସମ୍ବନ୍ଧରେ ।
-ରସୁଣରେ ଅନେକ ପ୍ରକାର ଭିଟାମିନଓ ଏବଂ ମିନେରାଲସ ରହିଥାଏ । ସେଥିରେ ଭିଟାମିନ ବି-୬, ସି ଏବଂ ମାଙ୍ଗାନିଜ ମଧ୍ୟ ସାମିଲ ଥାଏ । ଏହି ସବୁ ତତ୍ୱ ସୁସ୍ଥ କେଶ ପାଇଁ ଖୁବ୍‌ ଜରୁରୀ ହୋଇଥାଏ ।
-ରସୁଣରେ ଆଣ୍ଟିମାଇକ୍ରୋବିୟଲ ଏବଂ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ, ଯାହା କେଶରେ ଉପସ୍ଥିତ ବ୍ୟକେଫରିଆ ସହ ଲଢିବାରେ ସାହାଯ୍ୟ କରିଥାଏ ଏବଂ ସ୍କଲ¬କୁ ସୁସ୍ଥ ରଖିଥାଏ ।
-ରସୁଣ ହେୟାର ଫଲିକଲ୍ସକୁ ମଧ୍ୟ ସଫା ରଖିଥାଏ ଏବଂ ସେମାନଙ୍କୁ ଶକ୍ତି ପ୍ରଦାନ କରିଥାଏ । ଫଳରେ କେଶ ଝଡିବା କମ ହୋଇଥାଏ ।