ଅନେକ ଲୋକଙ୍କୁ ଘରେ କୁକୁର ପାଳିବାକୁ ବେଶ୍ ପସନ୍ଦ ଥାଏ । ତେବେ କିଛି କୁକୁରର ମୂଲ୍ୟ ହଜାରରୁ ଅଧିକ ହୋଇଥିବା ବେଳେ ଆଉ କିଛି କୁକୁରର ଦାମ୍ ଲକ୍ଷରୁ ଅଧିକ । କିନ୍ତୁ ଆଜି ଆମେ ଏକ ଏପରି କୁକୁର ସଂମ୍ପର୍କରେ ଜଣାଇବୁ ଯାହାର ମୂଲ୍ୟ ଏକ ବିମାନଠାରୁ ଅଧିକ । ତେବେ ଏହି କୁକୁରର ମୂଲ୍ୟ ୧୫ରୁ ୩୦ କୋଟି ଟଙ୍କା । ଏତେ ଟଙ୍କାରେ ଏକ ପ୍ରାଇଭେଟ୍ ପ୍ଲାଇଟ୍ ମଧ୍ୟ କିଣି ହେବ । ରାଜସ୍ଥାନର ରାଜଧାନୀ ଜୟପୁରଠାରେ ଏକ ଡଗ୍ ଶୋ ଆୟୋଜନ କରାଯାଇଥିଲା। ଏହି ଆୟୋଜନରେ ଦେଶବିଦେଶରୁ ୪୦ରୁ ଅଧିକ ବ୍ରିଡର ଏବଂ ୨୦୦ କୁକୁର ଭାଗ ନେଇଥିଲେ । କିନ୍ତୁ ସମସ୍ତଙ୍କ ନଜର ଗୋଟିଏ କୁକୁର ଉପରେ ଥିଲା । ଯାହାର ନାମ ଥିଲା ନିବେନିୟନ ମସ୍ପିଫ୍ ବ୍ରିଡ୍ ଡଗ୍ । ତେବେ ଇଣ୍ଟରନ୍ୟାସନାଲ୍ ମାର୍କେଟରେ ଏହି ବ୍ରିଡ୍ ଡଗ୍ର ମୂଲ୍ୟ ୧୫-୩୦ କୋଟି । ଏହାକୁ ଚୀନ୍ର ଅକ୍ସନ ଜରିୟାରେ କିଣାଯାଇଥିଲା । ତେବେ ଏହି କୁକୁରର ଦାମ୍ ଯେତିକି ମହଙ୍ଗା ଏହାକୁ ପାଳିବା ସେତିକି ମହଙ୍ଗା । ଏହି କୁକୁରକୁ ୨୪ଘଣ୍ଟା ଏସିରେ ରହିଥାଏ । ଏହାବ୍ୟତିତ ଏହି କୁକୁରକୁ ୧୫ ଦିନରେ ଥରେ ସ୍ପା କରିବାକୁ ପଡିଥାଏ ।