ହ୍ୱାଏ ଚିଟ୍‌ ଇଣ୍ଡିଆ

ସିରିୟଏଲ କିସର ଇମ୍ରାନ ହାସ୍‌ମି ଲସବ ଫିଲ୍ମ ‘ହ୍ୱାଏ ଚିଟ୍‌ ଇଣ୍ଡିଆ’ ରିଲିଜ ହୋଇଯାଇଛି । କିନ୍ତୁ ଫିଲ୍ମଟି ବହୁ ବାଧାବିଘ୍ନକୁ ସାମ୍ନାକରି ଶେଷରେ ପ୍ରେକ୍ଷାଳୟକୁ ଓହ୍ଲାଇଛି । ଫିଲ୍ମ ରିଲିଜ୍‌ ହେବାର ପୂର୍ବ ସପ୍ତାହରେ ସେନ୍ସର ବୋର୍ଡ ଏହି ଫିଲ୍ମର ନାଁ ପରିବର୍ତ୍ତନ କରିଥିଲେ । ଯାହା ‘ଚିଟ୍‌ ଇଣ୍ଡିଆ’ରୁ ପରିବର୍ତ୍ତିତ ହୋଇ ରଖାଗଲା ‘ହ୍ୱାଏ ଚିଟ୍‌ ଇଣ୍ଡିଆ’ । ଫିଲ୍ମଟି ଦେଶରେ ଥିବା ନକଲ ପ୍ରବୃତ୍ତିର ଲୋକମାନଙ୍କୁ କଟାକ୍ଷ କରି ନିର୍ମାଣ କରାଯାଇଛି । ଫିଲ୍ମରେ ଚିଟର ବନିଛନ୍ତି ଇମ୍‌ରନ୍‌ । ସେ ଇଞ୍ଜିନିୟରିଂ ଓ ମେଡିକାଲ ପାଠପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କ ଜାଗାରେ ଅନ୍ୟ ପିଲାମାନଙ୍କୁ ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେବାକୁ ପିଲା ଠିକ୍‌ କରିଦେଉଛନ୍ତି । ଏହି ଫିଲ୍ମ ଜରିଆରେ ଫିଲ୍ମ ନିର୍ମାତାମାନେ ଭାରତର ଶିକ୍ଷା ବ୍ୟବସ୍ଥାରେ ଦେଖାଯାଉଥିବା ଅବ୍ୟବସ୍ଥାକୁ ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି । ଶ୍ରେୟା ଧନବନ୍ତରୀ ପ୍ରଥମ କରି ଏ ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଛନ୍ତି । ତେବେ ଯାହା ବି ହେଉ ଫିଲ୍ମଟି ରିଲିଜ୍‌ ହେବା ସହ ଦର୍ଶକଙ୍କ ପାଇଁ ଭଲ ଫିଲ୍ମଟିଏ ହୋଇପାରିଛି । ଫିଲ୍ମ ରିଲିଜ୍‌ର ପ୍ରଥମ ଦିନ ଅନୁଯାୟୀ ସେତେ ଭଲ ନହୋଇଥିଲେ ବି ଇମ୍ରାନ୍‌ ପ୍ରଶଂସକଙ୍କ ପାଇଁ ଖୁବ୍‌ ଭଲ ରେସପନ୍ସ ଦେଇପାରିଛି ।