ଆଜିକାଲି ସୋଶାଲ ମିଡିଆରେ ଏକ କୁନି ଝିଅର ଫଟୋ ଭାଇରାଲ୍ ହେବାରେ ଲାଗିଛି । ଏହି କୁନି ଝିଅଟି ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ନିଜର ହେୟାର ଷ୍ଟାଇଲ୍ ପାଇଁ ଇଣ୍ଟରନେଟ୍ ସେନ୍ସସନ୍ ପାଲଟିଛି । ତେବେ ଏହି ଝିଅଟି ଇଜ୍ରାଏଲ୍ର ତଲ୍ ଅବିବରର ସ୍ଥାନର ବୋଲି ଜଣାପଡିଛି । ଏହି ଝିଅଟିର ନାମ ମିୟା ଅଫୋଲାଲୋର । ତାର ଫଟୋ ଫ୍ୟାଶନ୍ ମାଗାଜିନ୍ ବୋଗର େୱବ୍ସାଇଟରେ ମଧ୍ୟ ନଜର ଆସିସାରିଛି । ଏହାଛଡା ଏହି ଝିଅର ଇନଷ୍ଟାଗ୍ରାମରେ ୫୦୦୦୦ରୁ ଅଧିକ ଫଲୋର୍ସ ଅଛନ୍ତି । ୫ବର୍ଷର ମିୟା ଅଫୋଲାଲୋର ପାଇଁ ତାର ବାପମାଆ ହେୟାର ଷ୍ଟାଇଲିସ୍ ଯୋଗାଡ କରିଛନ୍ତି । ତେବେ ଏତେ କମ୍ ବୟସର ପିଲା ଉପରେ ଇଏକି ଏକ୍ସପେରିମେଣ୍ଟ ବୋଲି କହି କିଛି ଲୋକ ସୋଶାଲ ମିଡିଆରେ ଝିଅର ପ୍ୟାରେଣ୍ଟଙ୍କୁ ଗାଳି ଦେଉଥିବା ବେଳେ ଆଉ କିଛି ଲୋକ ମିୟାଙ୍କର ଷ୍ଟାଇଲିସ୍ ମଡେଲ ଫଟୋ ଏବଂ ହେୟାର ଷ୍ଟାଇଲ୍ ପାଇଁ ତାର ପ୍ୟାରେଣ୍ଟଙ୍କୁ ପ୍ରଶଂସା କରୁଛନ୍ତି ।