ନୂଆଦିଲ୍ଲୀ,୬/୨: ୨୦୧୯ ଲୋକସଭା ନିର୍ବାଚନକୁ ନେଇ ଏବେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ ରାଜନୀତିରେ ମହିଳାଙ୍କର ଏଣ୍ଟ୍ରିକୁ ନେଇ ଏବେ ଚାଲିଛି ଚର୍ଚ୍ଚା। କଂଗ୍ରେସ ନିକଟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଥିବା ବେଳେ ତେକେଜଣ ନେତା ମନ୍ତବ୍ୟ ଦେଇଥିଲେ ରାଜନୀତି କୌଣସି ବିୟୁଟି କଣ୍ଟେଷ୍ଟ ନୁହେଁ। ତେଣୁ ପ୍ରିୟଙ୍କାଙ୍କ ଗ୍ଲାମର ରାଜନୀତିରେ କୌଣସି ପ୍ରଭାବ ପକାଇବ ନାହିଁ। ହେଲେ ସବୁଠି ଯେ ଗ୍ଲାମରର କିଛି ନା କିଛି ପ୍ରଭାବ ରହିଛି ତାହା ଏବେ ଆଲୋଚନା ହେଉଛି। ଏଥର ଭାଜପାର ସ୍ଥିତି ଖରାପ ହେବାକୁ ଯାଉଥିବା ବେଳେ ସେ ବି କୁଆଡେ ଗ୍ଲାମରକୁ ବ୍ୟବହାର କରିବ ବୋଲି ଜଣାଯାଉଛି। ଅବଶ୍ୟ ପୂର୍ବରୁ ଭାଜପାରେ ସ୍ମୃତି ଇରାନିଙ୍କ ଭଳି କେତେଜଣ ଗ୍ଲାମର ଲେଡି ଯୋଗ ଦେଇଛନ୍ତି। ହେଲେ ସବୁଠାରୁ ଗ୍ଲାମରସ୍ ଓ ହଟ୍ ଭାଜପା ନେତ୍ରୀ ଭାବେ ଏବେ ଆଗକୁ ଆସିଛି ରିମି ସେନଙ୍କ ନାଁ। ବିଗ୍ବସ୍ କଣ୍ଟେଷ୍ଟାଣ୍ଟ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସହ ବଲିଉଡ୍ରେ ମଧ୍ୟ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ବସା ବାନ୍ଧିଛନ୍ତି ଏହି ହଟ୍ କୁଇନ୍। ୨୦୧୭ରେ ସେ ଭାଜପାରେ ଯୋଗ ଦେଇଥିବା ବେଳେ ଏଥର କୁଆଡେ ଭାଜପା ରିମିଙ୍କୁ ଅଧିକ ଫୋକସ୍ କରିବ ବୋଲି ଚର୍ଚ୍ଚା ହେଉଛି।