ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ

କଟକ,୮/୨: ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ । ତାଙ୍କୁ ଶପଥପାଠ କରାଉଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଚିଫ୍ ଜଷ୍ଟିସ କେଏସ୍ ଜାଭେରୀ ।

ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଚିଫ୍ ଜଷ୍ଟିସ କେଏସ୍ ଜାଭେରୀ । ଜଷ୍ଟିସ୍ ପଟ୍ଟନାୟକ ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟରେ କର୍ଯ୍ୟ ଦାୟିତ୍ୱରେ ଥିଲେ । ବର୍ତ୍ତମାନ ସେଠାରୁ ବଦଳି ହୋଇ ସେ ଓଡ଼ିଶା ଆସିଛନ୍ତି । ହାଇକୋର୍ଟର ବିଚାରପତି ଭାବେରେ ଶପଥ ଗ୍ରହଣ କରି ସେ ଆଜିଠାରୁ ଦାୟିତ୍ୱ ଭାର ତୁଲାଇବେ । ବର୍ତମାନ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଁଚିଛି ।