ପ୍ରିୟଙ୍କାଙ୍କ ପୋଷାକ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ଏମ୍‌ପି

ଲକ୍ଷ୍ନୌ,୧୦/୨: ଉତ୍ତରପ୍ରଦେଶ ବସ୍ତି ଲୋକସଭା ଆସନ ଏମ୍‌ପି ହରିଶ୍‌ ଦିଓ୍ବେଦୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୋଷାକ ଉପରେ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ହରିଶ୍‌ କହିଛନ୍ତି ପ୍ରିୟଙ୍କା ଦିଲ୍ଲୀରେ ଥିବା ସମୟରେ ଜିନ୍ସ୍‌ ଓ ଟପ୍‌ ପିନ୍ଧି ବୁଲୁଥିବାବେଳେ ନିର୍ବାଚନ ପ୍ରଚାର ସମୟରେ ଶାଢ଼ି ପିନ୍ଧିବା ସହିତ ମୁଣ୍ଡରେ ସିନ୍ଦୂର ଲଗାଉଛନ୍ତି। ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କୁ କଂଗ୍ରେସରେ ସାମିଲ୍‌ କରିଛନ୍ତି ତେବେ ଉଭୟ ରାଜନୀତିରେ ଫେଲ୍‌ ହେବେ ବୋଲି କହିଛନ୍ତି ହରିଶ୍‌। ହରିଶ୍‌ଙ୍କର ଏଭଳି ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସରେ ପ୍ରିୟଙ୍କାଙ୍କୁ ସାମିଲ୍‌ କରିବାକୁ ଦାଦୀ ହେଉଥିଲା। ଏବେ ପ୍ରିୟଙ୍କା ଦଳରେ ସାମିଲ୍‌ ହେବାରୁ ଉତ୍ତରପ୍ରଦେଶ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ଆଶା କରାଯାଉଛି।