ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୮ ମୃତ

ନୂଆଦିଲ୍ଲୀ, ୨୭/୦୬ : ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜରପ୍ପା ଥାନା ଅନ୍ତର୍ଗତ ବାରଲୋଙ୍ଗ ବୁଧବଜାର ଅଞ୍ଚଳରେ କୋଇଲା ବୋଝେଇ ଏକ ଦ୍ରୁତଗାମୀ ଟ୍ରକ୍, ଗୋଟିଏ ବ୍ୟାଣ୍ଡ ପାର୍ଟି ଗାଡ଼ି(ଭ୍ୟାନ୍) କୁ ଆଗପଟୁ ଜୋରରେ ଧକ୍କା ଦେଇବା ଫଳରେ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି ଏବଂ ସେଥିରେ ଥିବା ୮ ଜଣ ବ୍ୟାଣ୍ଡ କଳାକାରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ମାରାଙ୍ଗମାର୍ଚ୍ଚା ଏବଂ ବାଲସାଗ୍ରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ପୋଲିସ ଦୁଇଟିଯାକ ଗାଡ଼ିକୁ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ଥିବା ଟ୍ରକ୍ ଚାଳକକୁ ଖୋଜୁଛି।