ସାଧାରଣତଃ ବୈðବାହିକ ଜୀବନରେ କିଛି ଦିନର ପ୍ରେମ ପରେ ଦେଖାଯାଏ ମତାନ୍ତର । ତେବେ ଆଜି ଆପଣଙ୍କୁ ଏପରି ଏକ ଦମ୍ପତିଙ୍କ ବିଷୟରେ ଜଣାଉଛୁ, ଯିଏ ଏବେ ସବୁ ପ୍ରେମଯୁଗଳଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ୬୦ବର୍ଷୀୟା ଏହି ବୃଦ୍ଧା ଦମ୍ପତି ବିବାହ ପରଠାରୁ ପ୍ରତିଦିନ ପରସ୍ପର ମ୍ୟାଚିଂ ମ୍ୟାଚିଂ ପୋଷାକ ପରିଧାନ କରିଆସୁଛନ୍ତି । ନିଜର ମ୍ୟାଚିଂ ଡ୍ରେସ୍ କାରଣରୁ ଏହି ଦମ୍ପତି ସମସ୍ତ ସ୍ଥାନରେ ଆକର୍ଷଣୀୟ ହୋଇଯାଉଛନ୍ତି । ଏହି ଦମ୍ପତିଙ୍କର ଫଟୋ ଏବେ ଇଷ୍ଟାଗ୍ରାମ୍ରେ ବେଶ୍ ଭାଇରାଲ ହୋଇଯାଇଛି । ଇନ୍ଷ୍ଟାଗ୍ରାମ୍ରେ ଏବେ ଏମାନଙ୍କର ୮୦ହଜାରରୁ ଅଧିକ ଫୋଲଅର୍ସ ହୋଇଯାଇଛନ୍ତି । ବିବାହର ଦୀର୍ଘ ୩୭ବର୍ଷ ପରେ ବି ଏମାନେ ଏପରି ମ୍ୟାଚିଂ ଡ୍ରେସ୍ ପିନ୍ଧି ଚାଲିଛନ୍ତି । ତେବେ ୬୦ବର୍ଷର ଏହି ବୃଦ୍ଧ ଦମ୍ପତି ଫ୍ୟାସନ୍ ମମଲାରେ ଆଜି ବି ଯୁବପିଢିଙ୍କୁ ପଛରେ ପକାଇଦେବେ ।