କମ୍ପାନୀଗୁଡିକ ନିଜ କର୍ମଚାରୀଙ୍କ ଉପରେ ନଜର ରଖିବା ପାଇଁ ଏକ ନୂଆ ପ୍ରକ୍ରିୟାର ସନ୍ଧାନ ପାଇଛନ୍ତି । କିଛି ବଡ ଆମେରିକୀୟ କମ୍ପାନୀ ନିଜ କର୍ମଚାରୀଙ୍କ ଫିଟ୍ନେସ୍ ଟ୍ରାକର ଯୋଗାଉଛନ୍ତି, ପିନ୍ଧିବାକୁ ମଧ୍ୟ କୁହାଯାଉଛି । ତାଙ୍କ ଗତିବିଧି ଉପରେ ନଜର ରଖିହେବ । ଏହାସହ ଯଦି କେହି କର୍ମଚାରୀ ତିନି ମାସ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ କରୁଛନ୍ତି ତ ତାଙ୍କୁ ଉସିାହିତ ପାଇଁ ଉପଯୁକ୍ତ ପ୍ରୋସିାହନ ଯୋଗାଇ ଦିଆଯିବ । ଟ୍ରାକରଦ୍ୱାରା ଅଧସ୍ଥନ କର୍ମଚାରୀଙ୍କ ସମସ୍ତ ବିବରଣୀ କାର୍ଯ୍ୟକାରୀ ଅଧିକାରୀଙ୍କ ପାଖରେ ସଂରକ୍ଷିତ ହେବ । କର୍ମଚାରୀମାନେ କେତେ ସମୟ ପର୍ଯ୍ୟନ୍ତ ଡେସ୍କରେ ବସୁଛନ୍ତି , କେତେ ବାଟ ଚାଲୁଛନ୍ତି, କେତେ ସମୟ ଶୋଉଛନ୍ତି ଓ ତାଙ୍କର ହୃଦ୍ସ୍ପନ୍ଦନ କେତେ ସମସ୍ତ ବିବରଣୀ ମିଳିପାରିବ । ଏହି ଟ୍ରାକରକୁ କମ୍ପାନୀ ତରଫରୁ ନିଶୁÂ କିମ୍ବା କମ୍ ଦାମ୍ରେ କର୍ମଚାରୀଙ୍କୁ ଦିଆଯାଉଛି । ଏହି ଟ୍ରାକର ତାଙ୍କର ଫିଟ୍ନେସ୍ ଆକଫିଭିଟିକୁ ଟ୍ରାକ କରିବ ଓ ବିବରଣୀ ଅଫିସ୍ ଅଧିକାରୀ ମଧ୍ୟ ପାଇପାରିବେ । ୨୦ ପ୍ରତିଶତ କମ୍ପାନୀ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଉଛନ୍ତି । ସେମାନେ ୨୦୧୮ରେ ଏହି ଫିଟ୍ନେସ୍ ଟ୍ରାକର୍ର ଉପଯୋଗ କରିଥିଲେ, ଯାହା ଗତବର୍ଷ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି କୁହାଯାଉଥିଲା । କିନ୍ତୁ ଟ୍ରାକରକୁ ବ୍ୟବହାର କରୁଥିବା ବ୍ୟକ୍ତିର ଅନୁମତିରେ ଦ୍ୱାରା ହିଁ କାର୍ଯ୍ୟରେ ତଦାରଖ କରାଯାଇପାରିବ ।