ନୂଆବର୍ଷ ପୂର୍ବରୁ ବଦଳିଲେ ୧୧ ଜିଲ୍ଲାର ଏସପି

ଭୁବନେଶ୍ୱର,୩୦/୧୨: ରାଜ୍ୟ ସରକାର ନୂଆବର୍ଷ ପୂର୍ବରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୧୧ ଜିଲ୍ଲାର ଏସପିଙ୍କୁ ବଦଳାଇଛନ୍ତି ସରକାର । ଏହାସହ ତିନି ବରିଷ୍ଠ ଆଇପିଏସ ଅଫିସରଙ୍କୁ ପଦ୍ନୋନତି ଦିଆଯାଇଛି । ଆଇପିଏସ ଅଫିସର ଅଖିଳେଶ୍ୱର ସିଂ, ବ୍ରିଜେଶ ରୟ ଏବଂ ଚରଣ ସିଂ ମୀନାଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

ସୂଚନାନୁସାରେ, ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସ୍‌ପି ଭାବେ ନୂତନ ନିଯୁକ୍ତି ଦିଆଯାଇଛି । ରାହୁଲ ପି.ଆର୍‌ ଜଗତସିଂହପୁର ଜିଲ୍ଲାର ନୂଆ ଏସ୍‌ପି । ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି । ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ଏସ୍‌ପି, ବିନୀତ ଅଗ୍ରଓ୍ବାଲଙ୍କୁ ଯାଜପୁର ଏସ୍‌ପି ଭାବେ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ବରୁଣ ଗୁଣ୍ଟୁପାଲି ଭଦ୍ରକର ନୂଆ ଏସ୍‌ପି ହୋଇଛନ୍ତି । ବାଲେଶ୍ବର ଏସ୍‌ପି ଭାବେ ସାଗରିକା ନାଥଙ୍କୁ ନିଯୁକ୍ତ କରିଛନ୍ତି ସରକାର । ନୂଆପଡାର ନୂତନ ଏସପି ଭାବେ କାର୍ଯ୍ୟ କରିବେ ଗୁଣ୍ଡାଲା ରେଡ୍ଡୀ । ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସ୍‌ପି, ଅଭିନବ ସୋନକାର କୋରାପୁଟ ଏସ୍‌ପି ଭାବେ କାମ କରିବେ । ସେହିପରି ଜ୍ଞାନ ରଞ୍ଜନ ମହାପାତ୍ର ଢେଙ୍କାନାଳ ଏସ୍‌ପି ହୋଇଛନ୍ତି । ଆଇପିଏସ ଏଲ୍‌. ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ନିଯୁକ୍ତ ଦିଆଯାଇଛି ।