ସ୍ତ୍ରୀ ମୁଖ୍ୟମନ୍ତ୍ରୀ କିନ୍ତୁ ଶାସନ କରୁଛନ୍ତି ସ୍ୱାମୀ

ନୂଆଦିଲ୍ଲୀ, ୧୩/୦୪ : ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ସ୍ତ୍ରୀ । ହେଲେ ଶାସନ କରୁଛନ୍ତି ସ୍ୱାମୀ । ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ବସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱାମୀ। ଯାହାର ଫଟୋ ସେୟାର କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ରେଖା ଗୁପ୍ତା। ହେଲେ ଏବେ ରେଖା ଗୁପ୍ତାଙ୍କ ବଦଳରେ ତାଙ୍କ ସ୍ୱାମୀ ସବୁକିଛି ପରିଚାଳନା କରୁଛନ୍ତି ବୋଲି କହିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଆତିଶୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସ୍ପଷ୍ଟ ଜଣା ପଡୁଛି କି କିଛି ସରକାରୀ ଅଧିକାରୀ ଫାଇଲ ଧରି ବସିଛନ୍ତି। ଆଉ ସେମାନଙ୍କ ମଝିରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ୱାମୀ ମନୀଷ ଗୁପ୍ତା। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ୱାମୀ ମନୀଷ ଗୁପ୍ତା ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ବସିଥିବାର ଫଟୋ ପୋଷ୍ଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ଏମସିଡି, ଡିଜେବି, ପିଡବ୍ଲ୍ୟୁଡି, ବିଭାଗର ଅଧିକାରୀମାନେ ଫାଇଲ ଧରି ମନୀଷ ଗୁପ୍ତାଙ୍କ ସହ ବସିଥିବାର ଫଟୋ ଛାଡିଛନ୍ତି ଆତିଶୀ ।