ଗୋଟିଏ ଘଣ୍ଟାରେ ୩ ଦେଶରେ ୪ ଥର ଭୂକମ୍ପ ଝଟକା

ନୂଆଦିଲ୍ଲୀ, ୧୩/୦୪ : ଗୋଟିଏ ଘଣ୍ଟାରେ ୪ ଥର ଭୂକମ୍ପ । ଭାରତ ସମେତ ମିଆଁମାର ଓ ତାଜିକିସ୍ତାନରେ ଭୂକମ୍ପ ଝଟକା । ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ହୋଇଥିବା ବେଳେ ଭାରତ ଓ ମିଆଁମାରରେ ଥରେ ଲେଖାଏଁ ଝଟକା ଲାଗିଛି । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଲୋକେ ଘରୁ ବାହାରକୁ ଦୌଡ଼ି ଚାଲି ଆସିଥିଲେ । କିଛି ଘରର ଛାତ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇଥିବା କି କାହାର ମୃତ୍ୟୁ ଘଟିଥିବା ଜଣାପଡ଼ିନି । ମିଆଁମାରର ମେଇକଟିଲା ନିକଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ତାଜିକିସ୍ତାନରେ ମଧ୍ୟ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି । ତାଜିକିସ୍ତାନରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି । ଗୋଟିଏ ଘଣ୍ଟା ମଧ୍ୟରେ ତାଜିକିସ୍ତାନରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ନହିଁ ।