ଭଉଣୀ ଘରକୁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣାରେ ଭାଇର ମୃତ୍ୟୁ

ଭୁବନେଶ୍ୱର, ୧୪/୦୫ : ଭଉଣୀ ଘରକୁ ସାବିତ୍ରୀ ଭାର ନେଇ ଯିବାବେଳେ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ । ଅନୁଗୁଳ ଜିଲ୍ଲା ଜରପଡା ଥାନା ସାନ୍ତରାପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ମୁଣ୍ଡାସାହି ଗାଁର ଅନିଲ ପ୍ରଧାନ ନିଜ ଝିଅ ସହ ଅନୁଗୁଳ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅନିଲଙ୍କ ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟବଶତଃ ତାଙ୍କ କୁନି ଝିଅର କୌଣସି କ୍ଷତି ହୋଇନାହିଁ। ଖବରପାଇ ଜରପଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।