ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁଣି ଜଣେ ଯୁବତୀଙ୍କ ଉପରକୁ ହୋଇଛି ଏସିଡ୍ ମାଡ଼। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୋଲିସ ଲାଇନ୍ ଛକରେ ଯୁବତୀଙ୍କ ଉପରେ ଏସିଡ୍ ମାଡ଼ ହୋଇଛି। ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ଏସିଡ୍ ମାଡ଼ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଛନ୍ତି। ତେବେ ଏନେଇ ସବିଶେଷ ବିବରଣୀ କିଛି ସ୍ପଷ୍ଟ ହୋଇନାହିଁ। ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
