ଦିନକୁ ଦିନ କାଳବୈଶାଖୀ ନେଉଛି କରାଳ ରୂପ । ଦେଶର ଅନେକ ସ୍ଥାନରେ ଝଡତୋଫନ ଲାଗି ରହିଛି । ଉତ୍ତରପ୍ରଦେଶର ୧୧ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଧୂଳିଝଡ଼ ଆସିବା ପରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା,୨୬ଜଣଙ୍କ ଜୀବନ ନେଇଛି ଝଡତୋଫନ । ଏହା ଦ୍ୱାରା ୨୬ ଲୋକ ମୃତ୍ୟୁବରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡିଛି ।
ଦିଲ୍ଲୀ ଏନସିଆର ଅଂଚଳରେ ପବନ ସହିତ ବର୍ଷା ହୋଇଛି । ପ୍ରବଳ ମାତ୍ରାରେ ବର୍ଷା ସହ ପବନ ଯୋଗୁ ବିମାନ ଉଡାଣ ପ୍ରଭାବିତ ହୋଇଛି । ଦିଲ୍ଲୀ ସହିତ ନୋଏଡ଼ା, ଗାଜିୟାଦବାଦ ଏବଂ ଗୁରୁଗାଁଓରେ ମଧ୍ୟ ପବନ ସହ ବର୍ଷା ଜାରି ରହିଛି । ସେପଟେ ମୁମ୍ବାଇରେ ମଧ୍ୟ ତାଣ୍ଡବ ରଚିଛି ମୌସୁମୀ ବର୍ଷା ।