ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ,ଆମେରିକାର ସିକାଗୋରୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଏକ ଖବର। ଏଠାରେ ରହୁଥିବା ଏକ ଭାରତୀୟ ଦମ୍ପତି ଟଲିଉଡ ସେକ୍ସ ର଼୍ୟାକେଟ୍ ଚଲାଉଥିଲେ ବୋଲି ସୂଚନା ରହିଛି । ଏମାନେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଟ ଅଭିନେତ୍ରୀଙ୍କୁ ବିଭିନ୍ନ ଷ୍ଟେଜ ଶୋ’ ଓ ଅନ୍ୟ ଇଭେଣ୍ଟରେ ଭାଗ ନେବା ପାଇଁ ଆମେରିକା ନିମନ୍ତ୍ରଣ କରୁଥିଲେ। ଟଲିଉଡର କିଛି ଅଭିନେତ୍ରୀ ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ଜୋର ଜବରଦସ୍ତ ବେଶ୍ୟାବୃତ୍ତିରେ ଲଗାଇ ଦେଉଥିଲେ।
ତେବେ ଅଭିଯୋଗକ୍ରମେ ଇତିମଧ୍ୟରେ ଆମେରିକୀୟ ତଦନ୍ତକାରୀ ଦଳ ଉକ୍ତ ଦମ୍ପତିଙ୍କୁ ଗିରଫ କରିଛନ୍ତି। ସିକାଗୋ ଟ୍ରିବ୍ୟୁନ୍ରେ ପ୍ରକାଶିତ ଖବର ଅନୁଯାୟୀ, ଏହି ମାମଲାରେ ସିକାଗୋ ଜିଲା ଅଦାଲତରେ ଏକ ୪୨ପୃଷ୍ଠା ସମ୍ବଳିତ ଅଭିଯୋଗ ପତ୍ର ଦାଖଲ କରାଯାଇଥିବାବେଳେ ,ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ କରାଯିବା ପରେ ଶ୍ରୀରାଜ ଚେନୁପୁଡି ଓ ତାଙ୍କ ପତ୍ନୀ ଚନ୍ଦ୍ରାଙ୍କୁ ଗିରଫ କରାଯାଇଛି।