ମୁମ୍ବାଇ : ଅଜୟ ଦେବଗନ୍ ଏବଂ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଦୋସ୍ତି ବହୁତ ପୁରୁଣା। ‘ଇଶ୍କ’ ଫିଲ୍ମ ସମୟରୁ ସେମାନେ ଏକାଠି ଅନେକ ଚଳଚ୍ଚିତ୍ର କରିଛନ୍ତି । ପୁଣିଥରେ ଏହି ଯୋଡି ଏକାଠି ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନାମ ହେବ ‘ଥ୍ୟାଙ୍କ ଗଡ଼’।

ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ସହ ରାକୁଲ ପ୍ରୀତ ସିଂ ଏବଂ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଅଭିନୟ କରିବେ। ଏହା ଏକ କମେଡି ମୁଭି ହେବ । ଫିଲ୍ମର ସୁଟିଂ ୨୧ ଜାନୁୟାରୀ ୨୦୨୧ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର, ଅଶୋକ ଠାକୁରିଆ, ସୁନୀର କ୍ଷେତ୍ରପାଲ, ଦୀପକ ମୁକୁଟ, ଆନନ୍ଦ ପଣ୍ଡିତ ଏବଂ ଇନ୍ଦ୍ର କୁମାର। ୨୦୧୯ରେ ଇନ୍ଦ୍ର କୁମାରଙ୍କ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ରେ ଅଜୟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା।